STORYMIRROR

Prabhati Debnath

Inspirational

3  

Prabhati Debnath

Inspirational

ଶ୍ଵାସତ ସଂପର୍କ

ଶ୍ଵାସତ ସଂପର୍କ

1 min
184

ଫେସ୍ ବୁକ୍ ଦିନେ ଖୋଲି ଦେଖୁଥିଲି

ଦିଶିଲା ଅଚିହ୍ନା ମୁହଁ

ଯୋଗାଯୋଗ ମଧ୍ୟେ ପରିଚିତ ହେଲେ

ହୋଇ ଗଲେ ଚିହ୍ନା ମୁହଁ ।।

ସେଦିନ ମଞ୍ଚରେ ଭାବ ସଂଳାପରେ

ଛାଡ଼ିଲା ମୋ ମନ ନିଶା 

ତାଙ୍କ ଠାରୁ କିଛି ଶିଖିବା ଆଗ୍ରହ

ମନରେ ସରିଲା ଆଶା ।।

ଫୋନ୍ ଯୋଗେ କିଛି ପାଇବା ପାଇଁ କି

ଯେବେ କରେ ମୁଁ ଉଦ୍ୟମ

ନିରାଶ ହୋଇନି ପାଇଁ ଯାଏ ସବୁ

ତାଙ୍କୁ କରୁଛି ପ୍ରଣାମ ।।

ହସ ହସ ମୁହଁ ନିର୍ଲୋଭ ହୃଦୟ

ନିଜ ପର ଭାବ ନାହିଁ

ନିଜ ମାଆ ପେଟ ଭାଇ ହୋଇଗଲେ

ଯାହାର ତୁଳନା ନାହିଁ ।।

ଆଜିର ସମାଜେ ସବୁ ମଣିଷ ତ

ଏକାପରି ଭାବ ନୁହେଁ

ମଣିଷ ଅଟନ୍ତି ମଣିଷ ପରି ସେ

ସାରସ୍ୱତ ବାର୍ତ୍ତା ବହେ ।।

ପାଇବାକୁ କିଛି କେବେ ଚାହାନ୍ତି ନି

ଦେବାରେ ପାଆନ୍ତି ସୁଖ

ଏଇତ ସମାଜେ ମଣିଷ ପଣିଆ

ସୃଷ୍ଟି ରେ ରଖନ୍ତି ଲକ୍ଷ୍ୟ ।।

ଆମ ଏ ସମାଜେ ଯେ ଯାହା ଭାବନ୍ତୁ

ଲକ୍ଷ ଆଉ କିଛି ନାହିଁ

ଶ୍ଵାସତ ସଂପର୍କ ଏଇ ସତ୍ୟ ଅଟେ

କେବେ ତ ଭୁଲିବି ନାହିଁ ।।

ସଭିଏଁ ସଭିଙ୍କୁ ଭାବରେ ବାନ୍ଧିଲେ

ପଶୁ ପକ୍ଷୀ ସାଥୀ ହୁଏ

ଆସକ୍ତି ନ ରଖି ଆଗକୁ ବଢ଼ିଲେ 

ସୃଷ୍ଟି ନୂଆ ରୂପ ନିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational