ଶାଶୁଘର
ଶାଶୁଘର


ବାପା ବାପା ବୋଲି ଆଉ କିଏ କରିବ ଅଳି
ଖାଇ ନଥିଲେ ଆଉ କିଏ ଦେବ ପରସି
ମୋ ଝିଅ ଆଜି ଯିବ ତା ଶାଶୁଘର
ମୋ ଘର ଅଗଣା ଖାଲି ହୋଇଯିବ ||
ବାପା ବାପା ବୋଲି ଆଉ କିଏ ଅଳି କରିବ
ଅଭିମାନ କରି ମୁହଁ ଫୁଲେଇ ବସିବ
କେମିତି ରହିବି ଏକା ମୋ ଝିଅ ବିନା
ମୋ ଘର ଦୁଆର ଲାଗିବ ନୀରବତା ||
ବାପା ବାପା ବୋଲି ଆଉ କିଏ ଅଳି କରିବ
ମୋ ସେବା ଯତ୍ନ କିଏ କରିବ
ମୋ ଝିଅ ବିନା ଏ ଘର ଖାଲି ଲାଗିବ
କେ
ମିତି ଗଢା ଏ ବିଧିର ବିଧାନ ||
ଆଖିରେ ଆସୁଛି ଅସୁମାରି ଲୁହ
ରଜ ଦୋଳି ପାଁଇ କିଏ ଜିଦି କରିବ
ଦୀପାବଳି ଦିନ ଆଉ କିଏ ମୁରୁଜ ଆଙ୍କିବ
ବାପା ବାପା ବୋଲି ଆଉ ଅଳି କରିବ ||
ତୁଳସୀ ଚଉଁରା ମୂଳେ ଦୀପଟିଏ ଦେବ
ମାଣବସା ଦିନ ଝୋଟି ପକାଇବ
କେମିତି କାହା ହାତେ ଟେକି ଦେବି ମୋ ଝିଅକୁ
ଉଜାଡି ଦେଇ ଚାଲିଯିବ ଆଉ କାହା ଘରକୁ ||
ମୋ ଝିଅ ସଂସାର କର ଉଜଳ୍ୱମୟ
ମୀନତି କରୁଛି ହେ ମହାବାହୁ
ଘଣ୍ଟ ଘୋଡାଉ ରଖିବ ମୋ ଝିଅକୁ
କେବେ ନ ଝରୁ ଲୁହ ମୋ ଝିଅ ଆଖିରୁ.. ||