STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶାଶୁଘର

ଶାଶୁଘର

1 min
309

ଝିଅ ଜନ୍ମ ପରା ଶାଶୁଘର ପାଇଁ 

  ଶାଶୁଘର ହିଁ ନିଜର,

ଦାମ୍ପତ୍ୟ ଜୀବନ ବ୍ୟତୀତ ତହିଁରେ

  ଆଣିବୁ ଖୁସି ସଂସାର।


ଆଦରେ ପାଳିତ ଯାର ବାପଘରେ

  ଶିକ୍ଷା ସଂସ୍କାର ଗୃହରେ,

ଝିଅର ପ୍ରତିଭା ଦେଖି ଗୃହଜନେ

  ଆଦର ଅତିହିଁ ତାରେ।


ଗୁଞ୍ଜୁ ଥାଏ ଗୃହ ଖୁସି ଓ ଆନନ୍ଦେ

  ଝିଅ ପୁଅ ଗୃହ ମେଳେ,

କରିଛନ୍ତି ପୂର୍ଣ୍ଣ ଲକ୍ଷ୍ମୀ ଠାକୁରାଣୀ

  ନାହିଁରେ ଅଭାବ ତିଳେ।


ପିତୃମାତୃଙ୍କର ଚିନ୍ତା ସବୁବେଳେ

  ଅଲିଅଳି ଝିଅ ପାଇଁ,

ଯିବ ଶାଶୁଘର କିପରି ରହିବେ

  ମାତ୍ରଚିନ୍ତା ତାହାପାଇଁ।


ଏହୁତ ସଂସାର କର୍ତ୍ତବ୍ୟ ଅପାର

   କର୍ତ୍ତବ୍ୟ ଅଟେ ତହିଁରେ,

ନକଲେ ପୂରଣ ଲୋକ ଲଜ୍ୟ ତହିଁ

   ଝିଅ ଯିବ ଶାଶୁଘରେ।


ନିର୍ଣ୍ଣୟ ଟି ପରା ତିଥି ହୋଇ ଅଛି

   ରହିଲାରେ ଦଶଦିନ,

ଝିଅ ବିଭାଘର ଶୁଭ ମୁହୁର୍ତ୍ତରେ 

   ଯନ୍ତ୍ରଣା ଚିନ୍ତିତ ମନ।


ପତ୍ନୀ କାନ୍ଦୁ ଅଛି ଝିଅ ପାଇଁ ତାର

  କହୁ ମତେ ହିଁ ଦୁଃଖରେ

ରହିବା କିପରି ଝିଅ ବିନୁ ଗୃହେ

  ଝିଅ ଯିବ ଶାଶୁ ଘରେ।ଭ


ଜେଜେ ବାପା ମାଆ ଖୁସି ବିଭାଘରେ

   ଦୁଃଖ ଭି ଦେଉଛି ତାରେ,

ନାତୁଣୀ ତାଙ୍କର ଯିବ ଶାଶୁ ଘରେ

   ଦୁଃଖ ଓ ଆନନ୍ଦ ଯାରେ।


କିପରି ରହିବ ଶାଶୁ ଘରେ ରଶ୍ମି

   ଦିନେ ରହି ନାହିଁ କାହିଁ,

କୁହେ ଜେଜେମାଆ ନାତୁଣୀ କୁ ଧିରେ

   କର୍ତ୍ତବ୍ୟ ଭୁଲିବୁ ନାହିଁ।


ଶାଶୁ ଓ ଶଶୁରେ ସେବା କରୁଥିବୁ

   କରିବୁ ପାଳନ ଆଜ୍ଞା,

ପତିକୁ ନିଜର ରଖିବୁ ଆଦରେ

   ମାନୁଥିବୁ ତାଙ୍କ ଆଜ୍ଞା।


ସମଭାବ ମନ୍ତ୍ର ରଖିବୁ ନାତୁଣୀ

   ହୋଇ ଥିବୁ ଆଜ୍ଞାକାରୀ 

ଦାମ୍ପତ୍ୟ ଜୀବନ ସୁଖମୟ ହେବ

   କର୍ତ୍ତବ୍ୟରେ ସଦାଚାରୀ।


ପିତୃମାତୃ ମଥା ନକରିବୁ ତଳ

   କର୍ତ୍ତବ୍ୟରେ ରହିଥିବୁ,

ମାନ ଓ ସମ୍ମାନ ରଖିବୁ ତୁହିରେ

   କାହାରେ କଷ୍ଟ ନଦେବୁ।


ସ୍ବାମୀକୁ ମାନିବୁ ଈଶ୍ବର ସମାନ

   ଶ୍ରଦ୍ଧା ଭକ୍ତି ଗୃହଜନେ,

ଜଗନ୍ନାଥେ ଭକ୍ତି ରଖି ଥିବୁ ନିତ୍ୟେ

   ରଖିବୁ ସଂସ୍କାର ମନେ।


ପର ଘର ପାଇଁ ଜନମ ତହର

   ଶାଶୁ ଘର ତୋର ଘର,

ଆଣିବୁ ଗୌରବ ଶାଶୁ ଘରେ ଯାଇ

   ଗଢିବୁ ଖୁସି ସଂସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract