Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Rama chandra Pradhan

Abstract Romance


4  

Rama chandra Pradhan

Abstract Romance


ଶ୍ଵାଶତ ପ୍ରେମ

ଶ୍ଵାଶତ ପ୍ରେମ

1 min 23.8K 1 min 23.8K

 ଶ୍ଵାଶତ ପ୍ରେମରେ କେବେ ବି ନଥାଏ    ଛଳନା କି' ପ୍ରତାରଣା ସେ ପ୍ରେମରେ ଥାଏ ଭରସା ବିଶ୍ୱାସ  

ସମ୍ପର୍କର ବୁଝାମଣା । 


କାମନା ବାସନା ଲୋଭ ମାୟା ଠାରୁ   ଶ୍ଵାଶତ ପ୍ରେମ ଉର୍ଦ୍ଧରେ ସେ ପ୍ରେମ ଅମୁଲ କଳଙ୍କ ବିହୀନ   ଥାଏ ଭାବ ବନ୍ଧନରେ । 


ସେ ପ୍ରେମେ ନଥାଏ କାଣିଚାଏ ଆଶା  ଅବା ନିରାଶାର ଚି଼ହ୍ନ ସେଠି ଖାଲି ଥାଏ ନିଃସ୍ୱାର୍ଥପରତା  ସ୍ନେହମିଶା ଅଭିମାନ । 


ଇତିହାସ କହେ ସେ ଅମର ପ୍ରେମେ  ଥାଏ ତ୍ୟାଗ ବଳିଦାନ ପୁରାଣେ ବର୍ଣିତ ତା'ର ମହାଗାଥା   ଅଟେ ଈଶ୍ୱରଙ୍କ ଦାନ । 


ସେ ପ୍ରେମ ଅନନ୍ତ ସତ୍ୟ ସନାତନ  ଶ୍ରେଷ୍ଠତାର ନିଦର୍ଶନ ଦୈହିକ ମିଳନେ ଅବା ସ୍ୱାର୍ଥୀମନେ   ନଥାଏ ତାହାର ସ୍ଥାନ । 



Rate this content
Log in

More oriya poem from Rama chandra Pradhan

Similar oriya poem from Abstract