STORYMIRROR

Anam Charan Sahoo

Romance

2  

Anam Charan Sahoo

Romance

ଶାଶ୍ବତ ପ୍ରେମର ଗୀତି

ଶାଶ୍ବତ ପ୍ରେମର ଗୀତି

1 min
152

ନିଜ ଶିଶୁଲାଗି ମାଆର ମମତା

ପ୍ରକୃତି ସଞ୍ଚରି ଥାଏ

ଅନାବିଳ ସ୍ନେହ ଶରଧା ସଉଧ

ସମର୍ପଣ ଗୀତି ଗାଏ

ସରୋବରେ କଇଁ ଗଗନେ ଅନାଇଁ

ଜହ୍ନ ମୁଖ ଚାହିଁ ହସେ

ପ୍ରତିଦାନେ ଶଶୀ ଜୋଚ୍ଛନା ପରଶି

ସତ୍ୟ, ପ୍ରେମରାଗେ ଭାଷେ

ସୂରୁଜ ଉଇଁଲେ ପଙ୍କଜ ବିକଶେ

କି କାଉଁରୀ ସ୍ପର୍ଶ ଲଭି

ସ୍ୱର୍ଗୀୟ ସୁନ୍ଦର ସଜ୍ଜଳ ସ୍ମୃତିର

ନୟନେ ଭାସେ ତା ଛବି

ମଳୟ ପରଶେ ପଲ୍ଲବ ହରଷେ

ପ୍ରୀତିରାଗେ ତୋଳେ ଛନ୍ଦ

ଧେନୁ ପଛେ ବତ୍ସା ମାତା କୋଳେ ଶିଶୁ

ପ୍ରକୃତି ଲଭେ ଆନନ୍ଦ

ପ୍ରେମ ଅଟେ ସତ୍ୟ ଶାଶ୍ବତ ଚିନ୍ତନ

ଚିରନ୍ତନ ଦୁନିଆରେ

ଦବାନବା ଭାବ ସର୍ବଥା ଅଭାବ

ମନେରଖ ଗୁଣୀ ବାରେ

ପ୍ରତ୍ଯାଶା ନରଖି ଚାଲୁଥିବା ସଖୀ

ମନ ନ ଛୁଇଁବ ପାପ

ଶାଶ୍ବତ ପ୍ରେମର ବିଶ୍ବ ଗନ୍ତାଘର

ଆନନ୍ଦେ ବିଭୁଙ୍କୁ ଜପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance