STORYMIRROR

Bijaya Panda

Abstract

3  

Bijaya Panda

Abstract

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
216

ଶାଶ୍ୱତ ପ୍ରେମ,

ଦୁଇ ମନ, ଆତ୍ମା, ହୃଦୟର ମିଳନ

ଭାବ, ଉବେଗ ,ହ୍ରୁଦସ୍ପନ୍ଦନକୁ

ଅନାୟାସରେ ପଢିପାରିବା ପରି

କାମନା ବାସନାରୁ ବହୁ ଉର୍ଦ୍ଧରେ


କେବେ,ବାତ୍ସଲ୍ୟ ମମତା ପରି


କେବେ,ଷୋଡ଼ ସହସ୍ର ଗୋପୀ ଆଉ କୃଷ୍ଣଙ୍କ ପରି


କେବେ,ଭକ୍ତ ସାଲବେଗଙ୍କ ପାଇଁ ନନ୍ଦିଘୋଷ ଅଟକିଯିବା ପରି


କେବେ,ଦାସିଆ ବାଉରୀର ନଡ଼ିଆ ପରି


କେବେ,ହନୁମାନଙ୍କ ଛାତି ଭିତରେ ସିଆରାମଙ୍କ ଅବସ୍ଥିତି ପରି


କେବେ,କୃଷ୍ଣ ସୁଦାମାଙ୍କ ପରି


ମୋହ, ମାୟା, କାମ ସବୁଠୁଁ ଉର୍ଦ୍ଧରେ

ଚିରନ୍ତନ ନଶ୍ଵର ଅବକ୍ଷୟ ଶାଶ୍ୱତ ପ୍ରେମ

ଲିପିବଦ୍ଧ ଇତିହାସେ ସ୍ବର୍ଣ୍ଣାକ୍ଷରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract