STORYMIRROR

Siddhartha Kumar Muduli

Romance

3  

Siddhartha Kumar Muduli

Romance

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
253

ନା ଥିଲି ମୁଁ ଚିତ୍ରକର ନା କବି,

ଥିଲି ମୁଁ ବିନା ଯୌବନର ଯୁବକଟି,

ନା ହାତରେ ଧରିଥିଲି କେବେ ସେ ରଙ୍ଗର ତୁଳି,

ନା ଭରିଥିଲି ଲେଖନୀରେ କାଳୀ,

ତୁମକୁ ଦେଖିଲା ପରେ ଗାଁ ଆମ୍ବ ତୋଟାରେ ବସି ଯାଇଥିଲି କାନଭାସ ଟିଏ ଧରି ।


ଆଜି ବି ମନେ ପଡେ ସେ ଶିହରଣ, ମାନସ ପଟର ଛବି ।

ଯେତେବେଳେ ତୁମ ଅଧରରେ ମାରୁଥିଲି ଗୋଲାପୀ ରଙ୍ଗର ତୁଳି ,

ଆଉ ଆଙ୍କୁଥିଲି କଟୀ ବକ୍ଷୋଜରେ ଉର୍ମୀ,

ଆଙ୍କି ଦେଇଥିଲି ଏକ ଅପରୂପ ଅପ୍ସରୀ,

ଯାହା ଥିଲା ଅନାମିକା କାହିଁ କେତେ ଯୁଗର ସ୍ମୃତି ।


ମନେପଡେ ସେ କଥା,

ମୁଁ ବସି ଯାଇଥିଲି ଗାଁ ନଈ କୂଳରେ ଲେଖନୀ ଆଉ ଏକ ସାଦା କାଗଜ ନେଇ ।

କାହିଁ କେତେ କାଳର ସେ ଶବ୍ଦ ଯୋଡି ହୋଇଥିଲେ,

ତୁମ ରୂପକୁ ବର୍ଣ୍ଣନା କରିବା ପାଇଁ ।

ଲାଗୁଥିଲା ଯେମିତି ମୋ ଦୁଆତର ସବୁ କାଳୀକୁ ନେଇ ଲେଖିଦେବି ଏକ ଏମିତି ଶବ୍ଦ ,

ଯାହା କହିଦଉଥିବା ତୁମ ସୌନ୍ଦର୍ଯ୍ୟର ବିଗତ ଆଉ ଭବିଷ୍ୟତ ।


ହେଲେ ସରିଗଲା ମୋର ସବୁ କାଳୀ,

ମୁଁ ସେ ଶବ୍ଦକୁ ପାଇଲି ନାହିଁ ।


ତୁମେ ଭାବୁଥିବ ମୋ ପ୍ରେମ କେତେ ଗଭୀର ଆଉ କେତେ ଉଜ୍ଜ୍ଵଳ ?

ସେ କାନଭାସ କହିବ ତାର ଉଜ୍ଜ୍ଵଳତା,

ତ ମୋ ଶବ୍ଦ କହିବ ତାର ଗଭୀରତା ।

ଜାଣେ ମୋ ପ୍ରେମକୁ କେବେ ମିଳିବନି ସ୍ବୀକାରୋକ୍ତି,

ହେଲେ ସେ ଛବି ଆଉ ଶବ୍ଦର ଚାତୁରୀ ହୃଦୟକୁ ଦିଏ ତୃପ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance