ବନ୍ଧୁତା
ବନ୍ଧୁତା
ପୃଥିବୀଟା ଗୋଲ ବୋଲି ଶୁଣିଆସୁଥିଲି,
ହେଲେ ଅନୁଭବ କଲି ଦୀର୍ଘଦିନ ପରେ ତୁମ ଆଭାସ ପାଇ ।
ସେ ପିଲାଦିନରେ ଥିଲା ତୁମ ପ୍ରତି ପ୍ରେମ,
ଯାହା ଥିଲା ନିଃସ୍ୱାର୍ଥପର ଆଉ ନିଷ୍କଳଙ୍କ ।
ନା ଥିଲା ରୂପ ପ୍ରତି ମୋହ,
ନା କାମାନର ବାସ ।
ସେ ଥିଲା ଅଦୃଶ୍ୟ ଆକର୍ଷଣ,
ଯାହା ମୋତେ କରିଦେଇଥିଲା ଚପଳମତି ବାଳକରୁ ଯୁବକ ।
ସେ କୁନି ଅଧରର ତୁମ ମୋତି ସମ ହସ,
କୁନି ପାଦରେ ସେ ନୁପୁରର ଶବ୍ଦ କରେ ବିଚଳିତ ।
ଆଜି ତୁମେ ପରିପୂର୍ଣ ଯୁବତୀ, ପ୍ରାଜ୍ଞ ପ୍ରାଚୁର୍ଯ୍ୟର ପ୍ରତିମୂର୍ତ୍ତି ।
ତ ମୁଁ ଅଟେ ସେଇ ପ୍ରେମ ସାଗରର ଦିଗହରା ପଥି ।
ହୃଦୟରେ ତୁମ ପାଇଁ ସେ ଖୁଦ୍ର କୋଠରୀ ଆଜି ବି ଅଛି,ହେଲେ ପ୍ରେମ ନୁହେଁ ସେ ।
ଆମ ବନ୍ଧୁତାର ପ୍ରତିଶ୍ରୁତି,ସ୍ନେହ ଆବିଳନ ଭରି ଭରି ଅଛି ।