ବିଶ୍ୱ ବିଜୟୀ ପ୍ରିୟା
ବିଶ୍ୱ ବିଜୟୀ ପ୍ରିୟା
ପ୍ରିୟା ତୁମେ ସାଥୀ ମୋର,
ଜାଣେ ଏ ସାରା ଜଗତ ।
ବିଶ୍ୱ ବ୍ରହ୍ମାଣ୍ଡର ସୄଷ୍ଠି,
ତୁମ ପ୍ରେମ ପାଇଁ ଜାଣ ।
କ୍ରୋଧ ତୁମ ରବିଙ୍କର ଜ୍ଜାଳ ସମ ।
ଅଭିମାନ ତୁମ ଅଟେ ବୁଧଙ୍କର ଉଷ୍ମ ସମ ।
ମୁଖ ତୁମ ଶୁକ୍ର ପରି ଉଜ୍ଜଳତ୍ତମ ।
ଏ ଧରା ପାଇଁ ଜଗତ ଜୀବିତ,
ତୁମ ପାଇଁ ଅଟେ ମୁଁ ଜୀବିତ ।
ଲୋହିତ ଶରୀର ତୁମ ମଙ୍ଗଳର ପୄଷ୍ଟ ସମ ।
ବିଶାଳ ହୄଦୟ ତୁମ ବୄହଷ୍ପତି ସମ ।
ଆଲିଙ୍ଗନ ତୁମ ଅଟେ ଶନିଙ୍କ ବଳୟ ସମ ।
ନେତ୍ର ତମ ନେପଚୁନଙ୍କ ନୀଳ ନୟନା ସମ ।
ରୂପ ତୁମ ପୂର୍ଣ୍ଣିମାର ଚନ୍ଦ୍ରମା ସମ ।
ଚନ୍ଦ୍ରରେ କଳଙ୍କ ଅଛି ହେଲେ ତୁମେ ନିଷ୍କଳଙ୍କ ।

