ଦେଶପ୍ରେମ
ଦେଶପ୍ରେମ
ଦୁଇ ଶହ ବର୍ଷ ଫିରଂଗୀ ଦେଶକୁ ଲୁଟିଲେ ବସି,
ଦେଶ ହେଲା ସ୍ବାଧୀନ,ଲେଖା ହେଲା ସମ୍ବିଧାନ ।
ଆଇନ ସବୁ ଲେଖା ହୋଇଛି,
ହେଲେ କାନୁନ୍ ଆଜି ବନ୍ଧା ପଡିଛି ।
ଦେଶର ସନ୍ତାନ ଭୁଲି ଯାଇଅଛି,
ଦେଶ ମାତୄକାର ନାମକୁ ଆଜି ।
ସ୍ୱତନ୍ତ୍ର୍ତ ହୋଇଛି ଦେଶ ଆମର,
ହେଲେ ବିଚଳିତ ମନ ଆମର ।
ନିଜ ହାତେ ଦେଶ ଲୁଣ୍ଠିତ ଆଜି,
ବାହ୍ୟ ଶତ୍ରୁକୁ କହିବି କାହିଁ ।
ଅନ୍ନ ବିନା ଏଠି କୃଷକ ମରେ,
ଅତି ଖାଇ ଏଠି ନେତା ମନ୍ତ୍ରୀ ମରେ ।
ଧର୍ମ ନାମେ ଏଠି ହିଂସା ପ୍ରତିକ୍ଷଣ,
ବସ୍ତ୍ର ନାମେ ଏଠି ଧର୍ଷିତ ନାରୀ ।
ନାରୀ ଲାଂଛନାରେ ରାଜନୀତି ହୁଏ,
ପଶୁ ଖାଦ୍ୟ ଏଠି ମଣିଷ ଖାଏ ।
ଦେଶ ଋଣଭାର ବଢ଼ି ଵଢି ଯାଏ,
ବୁଲେଟ ଟ୍ରେନ ସ୍ୱପ୍ନ ଆମ ଅଟେ ।
ଦେଶର ଯୁବକ ବେରୋଜଗାର ଅଟେ,
ନୀଶାଶକ୍ତ ହୋଇ ରାସ୍ତାରେ ସୁଏ,
ଏହା ନୁହେଁ ଏକ ସମସ୍ୟା ।
ହେଲେ ବାଂଧବୀ ସହ ଯେବେ ପାର୍କକୁ ଯାଏ,
ହୁଏ ତାଙ୍କ ମୁଣ୍ଡ ବ୍ୟଥା ।
ଚାଲରେ ଆମେ ଭାରତ ବାସୀ,ଏକାଠି ହୋଇବା ଆଜି,
ବସୁଧୈବ କୁଟୁମ୍ବକମ୍ କୁ ସାର୍ଥକ କରିବା ପାଇଁ ।
