STORYMIRROR

Rajakishore Mundi

Inspirational

3  

Rajakishore Mundi

Inspirational

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
172


ପ୍ରେମଚୁଡାମଣି   ପ୍ରେମେ ବନ୍ଧା ସହି

    ହୃଦୟରେ ଭାବ ବହି

ଆତୁରରେ ଡାକି ସରଣ ପଶିଲେ

    ଆନନ୍ଦରେ ଯିବୁ ରହି

ସଂସାର ଜଞ୍ଜାଳ    ମୋହ ମାୟା ଜାଲେ

    ପଡି ଗଲେ ତୁହି ଥରେ

ନର୍କ ଭୋଗ ଛଡା      ସଦ୍ଗତି ନୋହିବ

    ଭାବି ଦେଖ ତୁମେ ଧୀରେ

ସେହି ପରଂ ବ୍ରହ୍ମ    ସତ୍ୟ ସନାତନ

    ସବୁରି ଆରାଧ୍ୟ ଦେବ

ଦୁଇହାତ ଖୋଲି    ପ୍ରେମରେ ବାନ୍ଧିଲେ

     ମୁକ୍ତିଦ୍ୱାର ଖୋଲି ଦେବ   

କେହି ରହିନାହିଁ    ରହିବେ ନାହିଁଟି

   ଭଵ ରଙ୍ଗ ଭୂମି ତଳେ   

ସର୍ବେ ନିଜ ନିଜ    ଅଭିନୟ ସାରି

    ବାହୁଡ଼ିବେ କାଳବଳେ

ବେଳ ଥାଇଁ ତୁହି    ଶକ୍ତ କରି ଭାବେ

     ବାନ୍ଧି ରଖ ଭାବଗ୍ରାହୀ

ଘଟ ବାହୁଡ଼ିଲେ     କେହି ଯିବେ ନାହିଁ

     କର୍ମ ଯିବ ସାଥି ହୋଇ

ଜ୍ଞାନ ଚକ୍ଷୁ ଖୋଲି   କର୍ମକୁ ଦେଖିଣ

     ସତ କର୍ମ କରୁ ଥିବୁ

ଲୟ ରଖି ପାଦେ   ଭକ୍ତି ଭାବ ଭରେ

     ଗୋବିନ୍ଦକୁ ଭଜୁଥିବୁ

ନ ମଜିଲେ ଭାବେ  ସେହି ରସାମୂର୍ତ୍ତେ

   ସତ୍ୟକୁ ପାଇବୁ କାଇଁ   

ଭକ୍ତି ରସ ଥରେ   ପାନ କରିଦେଖ

     କି ସୁଖ ମିଳଇ ଭାଇ ।

     

     

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational