ଶାଶ୍ୱତ ପ୍ରେମ
ଶାଶ୍ୱତ ପ୍ରେମ
ପ୍ରେମଚୁଡାମଣି ପ୍ରେମେ ବନ୍ଧା ସହି
ହୃଦୟରେ ଭାବ ବହି
ଆତୁରରେ ଡାକି ସରଣ ପଶିଲେ
ଆନନ୍ଦରେ ଯିବୁ ରହି
ସଂସାର ଜଞ୍ଜାଳ ମୋହ ମାୟା ଜାଲେ
ପଡି ଗଲେ ତୁହି ଥରେ
ନର୍କ ଭୋଗ ଛଡା ସଦ୍ଗତି ନୋହିବ
ଭାବି ଦେଖ ତୁମେ ଧୀରେ
ସେହି ପରଂ ବ୍ରହ୍ମ ସତ୍ୟ ସନାତନ
ସବୁରି ଆରାଧ୍ୟ ଦେବ
ଦୁଇହାତ ଖୋଲି ପ୍ରେମରେ ବାନ୍ଧିଲେ
ମୁକ୍ତିଦ୍ୱାର ଖୋଲି ଦେବ
କେହି ରହିନାହିଁ ରହିବେ ନାହିଁଟି
ଭଵ ରଙ୍ଗ ଭୂମି ତଳେ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡ଼ିବେ କାଳବଳେ
ବେଳ ଥାଇଁ ତୁହି ଶକ୍ତ କରି ଭାବେ
ବାନ୍ଧି ରଖ ଭାବଗ୍ରାହୀ
ଘଟ ବାହୁଡ଼ିଲେ କେହି ଯିବେ ନାହିଁ
କର୍ମ ଯିବ ସାଥି ହୋଇ
ଜ୍ଞାନ ଚକ୍ଷୁ ଖୋଲି କର୍ମକୁ ଦେଖିଣ
ସତ କର୍ମ କରୁ ଥିବୁ
ଲୟ ରଖି ପାଦେ ଭକ୍ତି ଭାବ ଭରେ
ଗୋବିନ୍ଦକୁ ଭଜୁଥିବୁ
ନ ମଜିଲେ ଭାବେ ସେହି ରସାମୂର୍ତ୍ତେ
ସତ୍ୟକୁ ପାଇବୁ କାଇଁ
ଭକ୍ତି ରସ ଥରେ ପାନ କରିଦେଖ
କି ସୁଖ ମିଳଇ ଭାଇ ।