Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ବେହେରା

Romance

3  

ଅଜୟ କୁମାର ବେହେରା

Romance

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
223



ପ୍ରେମର  ସ୍ୱରୂପ  ଚିନ୍ତନରୁ  ଜାତ

       କର୍ମରେ ପ୍ରତିଫଳନ ।

ଅଦୃଶ୍ୟ ରୂପ ତା କେତେ ମନୋରମ

     ଜାଣେ ଅନୁଭବୀ ମନ ।୧।

ମାନବର ଉକ୍ତି ସ୍ନେହ ଶ୍ରଦ୍ଧା ଭକ୍ତି

       ବିଚରଣ ଆଚରଣ ।

ଦୁଇ ଆତ୍ମା ମନ ହୃଦୟ ମିଳନେ

      ପ୍ରେମ ହିଁ ସାର୍ଥକ ଜାଣ ।୨।

ସ୍ଥାନ କାଳ ପାତ୍ରେ ପ୍ରେମ ଅର୍ଥ ଭିନ୍ନ

      ବର୍ଣ୍ଣିବା ବହୁତ କଷ୍ଟ ।

କପଟ  ହୃଦୟେ  କଳୁଷିତ ମନ

     ପ୍ରେମକୁ କରଇ ନଷ୍ଟ ।୩।

ସମୟ ଚକ୍ରରେ ଭାଗ୍ୟ ଘୁରୁ ଥାଇ

     ସୁଖ ଦୁଖଃ ଅର ଛୁଇଁ ।

ଧନ  ଦଉଲତ ଅଖଣ୍ଡ  କ୍ଷମତା 

  କେବେ ନୁହେଁ ଚିରସ୍ଥାୟୀ ।୪।

ଆଜି ଯେ ଅମୀର କାଲି ସେ ଗରିବ

     ଜୀବନ ବି କ୍ଷଣସ୍ଥାୟୀ ।

ପ୍ରେମ କାଳଜୟୀ ଅଲିଭା ମଶାଲ

     ଚିରକାଳ ଜଳୁଥାଇ ।୫।

ପ୍ରେମ ପାଇଁ ଲୋଡ଼ା ନାହିଁ ଜାତି ଧର୍ମ

      ଧନୀ ଦରିଦ୍ରର ଭାବ ।

ସ୍ପର୍ଶ କରେ ନାହିଁ ଇର୍ଷା ହିଂସା ଦ୍ୱେଷ

      ଅହଙ୍କାର ପରାଭବ ।୬।

ରୂପ ଯଉବନ କାମିନୀ  କାଞ୍ଚନ  

      ଅଳିକ ସୁଖ ସପନ ।

କାମୁକ ପ୍ରବୃତ୍ତି  କୁସଂସ୍କାର ନୀତି

    ପ୍ରେମ କରେ ପ୍ରଦୂଷଣ ।୭।

ପରିପୂର୍ଣ୍ଣ ପ୍ରେମ କେବେ ପରଖେନି

     ପଣ୍ଡିତ ମୂର୍ଖ ପ୍ରଭେଦ ।

ଉତ୍କର୍ଷ  ଭାବନା ଆଦାନ ପ୍ରଦାନେ

     ପ୍ରେମ ହୋଇଥାଏ ସିଦ୍ଧ ।୮।

ଦରଦୀ  ହୃଦୟ  ଉତ୍ତମ  ସ୍ଵଭାଵ

    ତ୍ୟାଗପୁତ୍ତ ମନୋଭାବ ।

ନିର୍ମଳ ମନରେ   ଅନାବିଳ ସ୍ନେହ

    ଶାଶ୍ୱତ ପ୍ରେମ ଉଦ୍ଭବ ।୯।

ଶାଶ୍ୱତ ପ୍ରେମରୁ ନିରନ୍ତର ଝରେ

    ନୀତି ଆଦର୍ଶ ଓ ତ୍ୟାଗ ।

ଉତ୍କୃଷ୍ଟ  ଚିନ୍ତନ  ଶ୍ରେଷ୍ଠ  ନିଦର୍ଶନ

    ନ ଥାଏ ବିଳାସ ଭୋଗ ।୧୦।

ହୃଦୟ କନ୍ଦରେ  ଚିରାନନ୍ଦ ପ୍ରେମ

    ଅନନ୍ତ ଶାଶ୍ୱତ ହୋଇ ।

ଯୁଗ ଯୁଗାନ୍ତର  ଉଜ୍ଜୀବିତ ରହେ

    କଳୁଷିତ ହୁଏ ନାହିଁ ।୧୧।

    

   


Rate this content
Log in

Similar oriya poem from Romance