STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଶାଶ୍ୱତ ପବିତ୍ର ଦୁର୍ଲ୍ଲଭର ପ୍ରକାଶ

ଶାଶ୍ୱତ ପବିତ୍ର ଦୁର୍ଲ୍ଲଭର ପ୍ରକାଶ

1 min
159

ଛଅ ଋତୁ ପରେ କିଏ କିଏ କହେ

ପ୍ରେମ ଋତୁ କାଳେ ଆସେ

ପ୍ରେମ ଅଛି ଥିଲା ଥିବ ସବୁ ଋତୁରେ ଋତୁରେ

ଦିନ ବର୍ଷ ଆଉ ମାସେ

ତାକୁ ଆମେ କିଆଁ ଦେବା ଅଲଗା ନାଆଁ

ପ୍ରେମର ଅମୁଲ ମୁଲ ପରଶେ

ପ୍ରେମ ନଥିଲେ କି ଏ ବିଚିତ୍ର କବିତା

ସ୍ରଷ୍ଟା ସୃଷ୍ଟି କରିଥାନ୍ତେ ଦେଇ ଆଶିସେ

ପ୍ରେମହିଁ ଜୀବନ ପ୍ରେମହିଁ ସୁନ୍ଦର

ପ୍ରେମହିଁ ଶିବ ପ୍ରେମହିଁ ସତ୍ୟ ଅଶେଷ

ପ୍ରେମ ମାନେ ନୁହେଁ ଦୁହିଁଙ୍କ ଭିତରେ

ପ୍ରେମକୁ ଲଭିବା ଭକ୍ତି ର ପିୟୁସେ

ପ୍ରତ୍ୟକ ପ୍ରତୟକଙ୍କୁ ପ୍ରେମ କରିବାକୁ

ଭଗବାନ କହିଛନ୍ତି ଗୀତା ଉପଦେଶେ

ପ୍ରକୁତିରେ ଯାହା ସଜଡା ଯାଇଛି

ପ୍ରେମ ଦୃଷ୍ଟି ଦେଲେ ଜୀବନ ହରଷେ

ଘର ହେଉ ଅବା ବିଦ୍ୟାଳୟ ଅବା ଦେବାଳୟ

ଅବା କାର୍ଯ୍ୟାଳୟେ ପ୍ରେମ ବରଷେ

ପ୍ରେମହିଁ କର୍ତ୍ତବ୍ୟ ପ୍ରେମହିଁ ଦାୟିତ୍ତ୍ୱ

ପ୍ରେମହିଁ କର୍ମଠ ପ୍ରେମହିଁ ଶାଶ୍ୱତ ଉଶ୍ୱାସେ

ପ୍ରେମହିଁ ଭକ୍ତି ପ୍ରେମହିଁ ମୈତ୍ରୀ

ପ୍ରେମର ଦ୍ୱୀପରେ ଜଗତ ବିଶ୍ୱାସେ

ପ୍ରେମ ଥିଲେ ଶାନ୍ତି ପ୍ରେମ ଆଣେ ପ୍ରିତୀ

ପ୍ରେମଥିଲେ ରହିବନି ଦ୍ଵେଷ ଚାଲିବା ଆଶ୍ୱାସେ

ପ୍ରେମ ହିଁ ଭାବନା ପ୍ରେମ ଉପାସନା ପ୍ରେମ ଅର୍ଘ୍ୟ ଦେଇ ବଢ଼ାଇ ଭକତି ନେବା ନିଶ୍ୱାସ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract