STORYMIRROR

Pratima Satpathy

Classics

4  

Pratima Satpathy

Classics

ଶାରଦୀୟ ଦୁର୍ଗାପୂଜା

ଶାରଦୀୟ ଦୁର୍ଗାପୂଜା

1 min
241


ବର୍ଷା ଋତୁ ଶେଷେ, ଶରତ ପ୍ରବେଶ

    ହୁଅଇ ଆସି ଧରାରେ

ଅପୂର୍ବ ଶୋଭାର ପସରା ସଜାଇ

   ପୁଲକିତ ହୃଦୟରେ।

ଶାରଦୀୟ ପୂଜା ଦେବୀ ଦୁର୍ଗାଙ୍କର

    ହୋଇଗଲା ଉପଗତ

ନବଦିନ ପୂଜା ପାଇବେ ଧରାରେ

   ଆନନ୍ଦ ହେବେ ଭକତ।

ପୁଷ୍କରିଣୀ ଜଳ ଦିଶଇ ନିର୍ମଳ

   ବିହରନ୍ତି ରାଜହଂସ

ନାନା ଜାତି ଫୁଲ ଫୁଟେ ଉପବନେ 

    ବିତରେ ସୁଗନ୍ଧ ବାସ।

ପ୍ରସ୍ଫୁଟିତ ଦିଶେ ନୀଳ ଆକାଶରେ

    କୁମାର ପୂର୍ଣ୍ଣିମା ଜହ୍ନ

ସରୋବର ଜଳେ ହସେ ନୀଳକଇଁ

    ଦେଖି ତାର ପ୍ରାଣଧନ।

ଫୁଲରେ ସଜାଇ ହୋଇଛି ଧରଣୀ

    ଦିଶୁଛି ଭାରି ସୁନ୍ଦର

ନଦୀ ପଠା ପରେ ହସେ କାଶତଣ୍ଡି

    ପବନେ ଢ଼ାଳି ଚାମର।

ଆସିଲେ ଶରତ କାଶ ତଣ୍ଡି ମନ

     ଆନନ୍ଦରେ ହୁଏ ମଗ୍ନ

ମାଆଙ୍କର ପୂଜା ପରେ ପରେ ସିଏ

    ହୋଇଣ ଯାଏ ଉଭାନ।

ଦଶହରା ପର୍ବ ଆନନ୍ଦ ଉତ୍ସବ

    ବାଜୁଥାଏ ନାନା ବାଦ୍ୟ

ବ୍ରାହ୍ମଣଙ୍କ ମନ୍ତ୍ର ଧ୍ଵନି ଶବ୍ଦ ସହ 

    ଶଙ୍ଖ ହୁଳହୁଳି ନାଦ।

ଷୋଡ଼ଶ ଉପଚାରରେ ପୂଜା ପାଇ

    ମାଆ ହୋଇବେ ସନ୍ତୋଷ 

ଭାବ ଭକ୍ତି ଭରା ପରିବେଶ ଧରା

    ସଭିଙ୍କ ମନ ହରଷ।

ଆସୁଛି ଶରତ ହସୁଛି ମରତ

    ହସେ ଗଗନ ପବନ 

ଆକାଶରୁ ଝରିପଡେ ମୁକ୍ତା ବିନ୍ଦୁ 

   ଶିହରଇ ତନୁ ମନ।

ଶରତ ଋତୁରେ କୁମାର ପୂର୍ଣ୍ଣମୀ 

    ମହାଲକ୍ଷ୍ମୀ ପୂଜା ପାନ୍ତି

କୁମାରୀ ମାନେ ଯେ କୁମାର ପୂର୍ଣ୍ଣିମା

    ଚାନ୍ଦକୁ ପୂଜା କରନ୍ତି।

ମାଆଙ୍କର ଆଗମନରେ ଜଗତ

   ହୋଇଯାଏ ଭାବମୟ 

ମଙ୍ଗଳମୟୀ ମାଆ ପାପୀଙ୍କୁ ବିନାଶ 

    ଧର୍ମର ହେଉ ଜୟ।।


Rate this content
Log in

Similar oriya poem from Classics