The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jagannath Barik

Fantasy

3  

Jagannath Barik

Fantasy

ଶାରଦାଗମ

ଶାରଦାଗମ

1 min
215


ଶରଦାଗମେ ସୁନ୍ଦର ଧରଣୀ

ଶଇଳ ସାଜିଛି ଶ୍ୟାମ ବରଣି,

ନଭେ ଶୁଭ୍ର ଅଭ୍ର ଖଣ୍ଡ ଚଳଣି

ଜଳେ କୁମୁଦ କମଳ କରଣି

   ବିଶଦ ସରଣୀ

ଧରାବତରିବେ ହର ଘରଣି ।।

କାଶତଣ୍ଡି ଫୁଲେ ଧବଳ ରସା

ଶଶଧର ଜ୍ୟୋସ୍ନା ଦିଶେ ସରସା

ମୌସୁମୀ ତେଜିନାହିଁ ଭରସା

ଦେବୀ ପରବ କି ଚିତ୍ତାକରଷା

  ସର୍ବ ମଦାଳସା

ପାର୍ବଣରେ ଆଭୂଷଣେ ସୁରସା ।।

ସରେ ସରସୀଜ ଶୋଭାସମ୍ଭାରେ

ବନେ ତରୁଲତା କୁସୁମ ଭାରେ

କେଦାରେ କେଦାରେ ଶସ୍ୟ ଆଭାରେ

ଭବନେ ଭବନେ ହାସ୍ୟ ବେଭାରେ

  ଗଭାରେ ଗଭାରେ

ପୁଷ୍ପ ଖଞ୍ଜିନାରୀ ମନ ଲୋଭାରେ।।

ଉଲ୍ଲୋଳ ହିଲ୍ଲୋଳ ଉଠେ ସାଗରେ

ଦେବ ଦେବନାରୀ ମାତି ସ୍ଵର୍ଗରେ

ସଙ୍ଗେଧରି ଜ୍ଞାତି ଅପବର୍ଗରେ

ମର୍ତ୍ତେ ଵିହରନ୍ତି କି ସରାଗରେ

  ନଗରେ ନଗରେ

ନାଗର ନାଗରୀ ନବ ରାଗରେ।।

ଦେବୀ ପରବରେ ପର୍ବ ନିଶିରେ

କୁମାରୀଏ ମିଳି ମହା ଖୁସିରେ

ଖେଳୁଥାନ୍ତି ପୁଚି ମନ ରସିରେ

ପାରବଣେ ସର୍ବେ ପାରଦର୍ଶୀରେ

ଜଗାତ ବସିରେ

ଗୀତ ଲେଖୁଅଛି ଭାଵ କଷିରେ।।



Rate this content
Log in

More oriya poem from Jagannath Barik

Similar oriya poem from Fantasy