STORYMIRROR

Prasanna Kumar Madala

Inspirational

3  

Prasanna Kumar Madala

Inspirational

ସହାନୁଭୂତି

ସହାନୁଭୂତି

1 min
11.8K

ମଣିଷ ସମାଜେ    ନିଃସ୍ବାର୍ଥ ପ୍ରେମର

ନିଦର୍ଶନ ନାହିଁ ତିଳେ

ପଶୁ ଜଗତରେ      ଭାବପ୍ରବଣତା

ଦେଖିବାକୁ ଯାହା ମିଳେ

ଆବଶ୍ୟକ ଥିଲେ   ଖାଦ୍ୟ ପାଇଁ ହୁଏ

ପରସ୍ପରେ ସିନା କଳି

ପେଟ ପୂରିଥିଲେ    ଆଚରଣ ତାଙ୍କ

ଲାଗଇ ଉଦାର ଭଳି

ବିପଦ ଆପଦେ    ଖାଦ୍ୟକୁ ଖାଦକ

ଉଦ୍ଧାରିବା ପାଇଁ ଚାହିଁ

ଶକ୍ତି ଅନୁସାରେ   ସାହାଯ୍ୟ ଦେବାକୁ

ଅବହେଳା କରେନାହିଁ

ଶୋଷଣ କରିବା    କ୍ଷମତା ଥାଇ ବି

ନକରେ କାରଣ ବିନା

ଅବକାଶ ଥିଲେ    ସଦ୍ଭାବନା ରଖେ

ଥାଉ ବା ନଥାଉ ଚିହ୍ନା

ପ୍ରକୃତି ଦେବୀଙ୍କ    ଉପକାର ଛଡ଼ା

ଚିନ୍ତେନାହିଁ ଅପକାର

ମଣିଷ କେବଳ    ସ୍ବାର୍ଥରେ ବଢାଏ

ପ୍ରଦୂଷଣେ ପାପଭାର

ସହ ଅବସ୍ଥାନେ    ଶାନ୍ତି ରକ୍ଷା କରି

ପଶୁ କରେ ଯେଉଁ କର୍ମ

ଶିଖିବାର ଅଛି      ତହିଁରୁ ଅନେକ

ବୁଝିଲେ ପ୍ରେମର ମର୍ମ

ସହାନୁଭୂତିର      ଏ' ଉଦାହରଣ

ଶିଖାଏ ଯେତିକି ପଶୁ

ତାକୁ ଅନୁସରି     କାମ କରିବାରେ

ବସୁଧା କୁଟୁମ୍ବ ହସୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational