Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

4  

Jagannath Das

Inspirational

ଶାନ୍ତି

ଶାନ୍ତି

1 min
213


ପୃଥ୍ଵୀ ଜାଣିଛି ତ

ଧଳା ରଙ୍ଗ ଆଣେ

ମନରେ କେତେ ଯେ ଶାନ୍ତି ।


ବିଛୁରିତ କରେ

ସ୍ୱଚ୍ଛ ସ୍ନେହ ପ୍ରୀତି

ଦୁରେଇ ଦିଏ ଅଶାନ୍ତି ।


ନ୍ୟାୟର ଆଜିତ 

ଯେତେ କଳୁଷତା

ଅନ୍ୟାୟ ନଦୀରେ ଭାସେ ।


ସାମ୍ୟ ହେଲାଣି

ତୁଚ୍ଛା ଚିତା କଟା

ଧଳା ରଙ୍ଗେ କି, ସେ ମିଶେ ।


ଧଳା ରଙ୍ଗ ଅଟେ

ମଇତ୍ରୀ ପ୍ରତୀକ

ଶାନ୍ତିରଥକୁ ଚଳାଏ ।


ବିଜୟ କରନ୍ତି

ବୈଜୟନ୍ତୀ ମାତା

ଧଳା ଚିହ୍ନ ସଂଗେ ଥାଏ ।


ନବ ଦିନାତ୍ମକ

ନବ ଦୁର୍ଗା ପୂଜା

ମହାଲୟା ଠୁଁ ଆରମ୍ଭ ।


ପ୍ରଥମ ଦିନର

ଶୈଳ ପୁତ୍ରୀ ପୂଜା

ଭାଙ୍ଗେ ଦୁଷ୍ଟଙ୍କର ଦମ୍ଭ ।


ଧଳା ରଙ୍ଗ ସଂଗେ

ମାତା ଶୈଳ ପୁତ୍ରୀ

ଶାନ୍ତି କରନ୍ତି ବରସା ।


ଦୁଃଖୀ ଜନ ମାନେ

ସୁଖୀ ହ୍ୱନ୍ତି ମନେ

ପାଆ'ନ୍ତି ମା' ଙ୍କ ଭରସା ।


ଦଶ ମହା ବିଦ୍ୟା

ସାଧକେ ପୂଜନ୍ତି

ମାତା ଆଶୀର୍ବାଦ ପାଇଁ ।


ଜଣ ଜଣ କରି

ଗୋଟି ଗୋଟି ଦିନେ

ନ 'ଦିନ ସାଧନେ ରହି ।


ଧଳା ଅଟେ ସବୁ

ରଙ୍ଗ ର ମିଶ୍ରଣ

ଶାନ୍ତି ରେ ମିଶେ ଦୁର୍ଗୁଣ ।


ସ୍ବସ୍ତି ମୈତ୍ରୀ ପ୍ରୀତି

ଅଟେ ଶୈଳପୁତ୍ରୀ

ଦୁର୍ଗାଙ୍କ ରୂପ ଦର୍ପଣ ।


ମାତା ଶୈଳପୁତ୍ରୀ

ଜଗତ ର କର୍ତ୍ରୀ 

ଦୁର୍ଗା ଙ୍କ ପ୍ରଥମ ରୂପ ।


ଧଳା ରଙ୍ଗ ସଙ୍ଗ

ମାତା ଙ୍କର ଅଙ୍ଗ

ଶାନ୍ତିର ବିଶାଳ ସ୍ତୁପ ।


Rate this content
Log in

Similar oriya poem from Inspirational