ଶାନ୍ତି
ଶାନ୍ତି
ସ୍ୱାଧୀନତା ଉତ୍ସ , ବିରାମର ଵଶ୍ୟ ,
ସୁଶିକ୍ଷାର ଅବସର ,
ମଉଳିକ ଅଧିକାରର ସତ୍କାର
ଅନ୍ତର ବିକାଶ ଧାର ।
ମନଖୋଲା ଏକ ଛୋଟିଆ ହସରୁ
ଖୁସିର ଅୟମାରମ୍ଭ ,
ବଳୟ ଖେଳାଇ ଏକରୁ ଅନେକ
ବ୍ୟାପେ ଖୁସିର ତରଙ୍ଗ ।
ହସ ଖୁସି ସ୍ନେହ ଶ୍ରଦ୍ଧା ଭାବନାରେ
ପର ହୁଏ ଆପଣାର ,
ସହାନୁଭୂତି ଓ ସୁସହଯୋଗରେ
ଶାନ୍ତିରେ ଝୁମେ ସଂସାର ।
ଶାନ୍ତି ମଣିଷର ଅନ୍ତରେ ନିହିତ
କୁଆଡେ ଖୋଜିବା କାହିଁ ,
ଉତ୍ତମ ଚିନ୍ତନେ, ସୁକର୍ମ କରଣେ
ଆପେ ରହେ ସାଥି ହୋଇ ।
ଏକ ମନ ନେଇ ମୋ ଭଉଣୀ ଭାଇ
ଆଜି ଏ ଶପଥ ନେବା ,
ଘୃଣା, ଭୟ , ହୀନ-ମନ୍ୟତା ଦୂରେଇ
ଶାନ୍ତିରେ ଶକ୍ତି ଭରିବା।
