STORYMIRROR

Santosh Samal

Abstract Others

3  

Santosh Samal

Abstract Others

ଶାନ୍ତି ତମେ କୋଉଠି

ଶାନ୍ତି ତମେ କୋଉଠି

1 min
388

ଏତେ ଵଡ଼ ଦୁନିଆରେ                 

ପାଇ ହରେଇ ଦେଲେ

ଲାଗେ ଭାରି କଷ୍ଟ ..

ବିନା ସ୍ବାର୍ଥରେ ମନ ଦେଇଥିଲି

କାହିଁକି କଲୁ ମୋ ହୃଦୟ ନଷ୍ଟ

ମରୀଚିକା ପଛରେ ଧାଇଁ ଧାଇଁ

ପଥ ହେଲା ମୋ ଭଷ୍ଠ ....

ତୋ' ଵିନା ମୋ' ମାନେ କିଛି ନାହିଁ

ଜୀବନଟା ହେଲା ମୋ ମାଟି ...

ନିତୀ ଖୋଜିଵୁଲେ ଶାନ୍ତି ତମେ କୋଉଠି ।


ଜୀବନ ଲମ୍ବା ରାସ୍ତାରେ ଛାଇ ଟିକେ ଖୋଜି

ଵୁଲି..ଵୁଲି ହତାଶ ହେଇଛି,ତୋ 'ପ୍ରେମିକ ସାଜି

ଆରମ୍ଭ ରୁ ଶେଷ ଯାଏଁ ଖୋଜିଲି

ପାଉ ନାହିଁ ତୋ' ଠିକଣା 

ମନ ଡାଏରୀ କହୁଛି ,ନାହିଁ ମତେ ଜଣା

ଆଖି ଵୁଜି ଦେଲେ ତୋତେ ' ପାଏ ମୁଁ ଏଇଠି

ଆଖି ଖୋଲି ଦେଲେ ଆଉ ନ'ପାଏ

ନିତୀ ଖୋଜିବୁଲେ ଶାନ୍ତି ତମେ କୋଉଠି  ।।


ମୋ ' ଅତୀତ କହେ, ବର୍ତ୍ତମାନ କହେ

ଭଲପାଇ ଵାକୁ ଭୁଲିଯାଅ ଵନ୍ଧୁ

ନହେଲେ ଦୁଃଖ ପାଇଵୁ ଶହେରୁ ଶହେ

ତଥାପି ମନରେ ସାହସ ଵାନ୍ଧି

ଖୋଜି ଚାଲିଛି ତୋତେ ' କାନ୍ଧି, କାନ୍ଧି

ଭେଟିଲେ ତୋତେ ଥରେ ପଚାରିଵି

କାଇଁ ଠକି ଦେଲୁ ତୁ 'ମତେ

ଠକିଵାର ଯଦି ତୋର ଇଛା ଥିଲା

ମତେ ଦୁଃଖ ଦେଇ କଣ ମିଳିଲା ତୋତେ

ତୋ'ସଵୁ ଦୁଃଖକୁ ସାଉଁଟି କରିଚି ମୁଁ ଏକାଠି

ନିତୀ ଖୋଜିଵୁଲେ ଶାନ୍ତି ତମେ କୋଉଠି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract