STORYMIRROR

Padmalaya Mishra

Inspirational

2  

Padmalaya Mishra

Inspirational

ଶାନ୍ତି ପାଇବା ପାଇଁ

ଶାନ୍ତି ପାଇବା ପାଇଁ

1 min
13.7K


ଶାନ୍ତି ପାଇବା ପାଇଁ

ଚାଲ ବଟବୃକ୍ଷ ମୂଳକୁ

ଧ୍ୟାନରତ ହେବା ନହେଲେ

ଫାଶୀ ଦେବା ପାପୀକୁ

ପାଲଟିବା ଗୌତମ ବୁଦ୍ଧ

ନଚେତ ଜଲ୍ଲାଦ ହେବା

କିଛିତ କରିବା

କେତେ ଦିନ ଆଉ ଚେଇଁ ଶୋଇଥିବା ।


ନା ସରକାର ନା ନେତା

ଦୋଷୀ କେବଳ ଜନତା

ନ୍ୟାୟ ପାଇଁ ଲଢୁଥିବା ବେଳେ

ନା ବଢାଉ ବନ୍ଧୁତ୍ଵର ହାତ

ନା ଦେଉ ସାନ୍ତ୍ଵନା

ଖେଳ ସରିଗଲା ପରେ

ଉଡାଉ ଶ୍ରଦ୍ଧାଞ୍ଜଳି ବାନା ।

କିଛି କାପୁରୁଷମାନଙ୍କ ପାଇଁ

ବଦନାମ ଆଜି ମଣିଷ ଜାତି

ଟଙ୍କାର ଚାଲିଛି ଆରତୀ

ପ୍ରାଣ ଗଲା ପରେ

ଦେଖାଉ ରକତ ତାତି

ଏଇତ ଆମର ମତି ଗତି ।


ପାଞ୍ଚ ଆଙ୍ଗୁଳି ମିଶାଇ

ମୁଠିଟିଏ ଯେବେ ହେବ ତିଆରି

ନା ହେବ ଆଉ ଏତେ ଦୁର୍ଘଟଣା

ସରକାର ଆଗେ ଗୁହାରୀ

ନବ ଉଦୟର ବେଳା ଆସିଲା

ଜାଗ୍ରତ ହେବା ଏଥର

ନିଜେ ସାଜିଲେ ରାମ

ଅସ୍ତିତ୍ବ ନଷ୍ଟ ହେବ ରାବଣର ।।।।


ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational