STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଶାନ୍ତି ମଇତ୍ରୀର ଦେଶ

ଶାନ୍ତି ମଇତ୍ରୀର ଦେଶ

1 min
139

ମୁନିଋଷିଙ୍କର ସାଧନାର ପୀଠ

   ଶାନ୍ତି ମଇତ୍ରୀର ଦେଶ

ଅହିଂସା ଆଦର୍ଶ ପ୍ରସାରିତ ଯହିଁ

   ସେହି ମୋ' ଭାରତ ବର୍ଷ


ଅତିଥି ସତ୍କାର  ସୁଉଚ୍ଚ ଭାବନା

   ହୃଦେ ଭରା ସଭିଙ୍କର

ସେବା ଗୁଣ ପୁଣ୍ୟ ଭାବନ୍ତି ସକଳ

   ତ୍ୟାଗ ଜୀବନର ବ୍ରତ


ସତ୍ୟ,ନ୍ୟାୟ ପଥ  ସର୍ବଦା ଉନ୍ମୁକ୍ତ

   ଅନ୍ୟାୟକୁ କରି ନାଶ

ଈଶ୍ୱର ବିଶ୍ୱାସ  ଭକତିର ବାସ

   ମୁଖେ ବଢ଼ାଉଛି ହସ


ପର ଉପକାର  ଦାନର ମହତ୍ତ୍ୱ

   ମାନବିକ ମୂଲ୍ୟବୋଧ

ଶତ୍ରୁର ଆଚାର  ଉନ୍ନତି ଦିଗକୁ

   କରିନାହିଁ ଅବରୋଧ


ବିନମ୍ର ସ୍ଵଭାବ ସହନଶୀଳତା

  ଗୁରୁଜନେ ସନମାନ

ଜୀବନ ଯାତ୍ରାରେ ଏସବୁ ବିଭବ

  ଉଚ୍ଚ କରେ ସ୍ୱାଭିମାନ


ସରଳ ସୁନ୍ଦର ଜୀବନଯାପନ

  ନୀତି ଆମ ସମାଜରେ

ସଭିଙ୍କର ମନ ବନ୍ଧା ହୋଇଥାଏ

  ସ୍ନେହଶ୍ରଦ୍ଧା ପ୍ରେମଡୋରେ


ଧୈର୍ଯ୍ୟ ଓ ସାହସ ଆମରି ଶକତି

   କାର୍ଯ୍ୟକ୍ଷେତ୍ରେ ନିଷ୍ଠାବାନ

ପୋଥି ଓ ପୁରାଣ ପ୍ରଥା ପରମ୍ପରା

   ବୃଦ୍ଧି କରେ ଆମ ଜ୍ଞାନ


ଭାରତୀୟ ବୋଲି ପରିଚୟ ଦେଇ

   ଗର୍ବ କରିଥାଉ ନିତି

ମଥା ଟେକି ସଦା ଚାଲୁ ନିର୍ଭୟରେ

   ଗାଇଥାଉ ଦେଶପ୍ରୀତି    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract