STORYMIRROR

Bidyadhar Dalabehera

Abstract

4  

Bidyadhar Dalabehera

Abstract

ଶାନ୍ତି ଦିଅ ହେ ଈଶ୍ୱର

ଶାନ୍ତି ଦିଅ ହେ ଈଶ୍ୱର

1 min
369


ମୃତ୍ୟୁ ସଙ୍ଗୀତ ଗାଉଛି ଏ ବିଶ୍ୱ

ଯୁଦ୍ଧ ବିଭୀଷିକା କରିବ ଯେବେ ନିଶ୍ଵ

ସଇତାନ ରୁ ସନାତନ ହେବ

ସଦଭାବନା ଓ ଶାନ୍ତି ହୋଇବ ଈଶ ।।


ନିଶ୍ୱର ସାହାରା ହେବାକୁ ନଥିବ ଜୀବ

ଏକାନ୍ତରେ ବସି ତୁମେ ନିଶ୍ଚୟ ଚିନ୍ତିବ 

ସର୍ବନାଶ କରିଛି ଏ ମନର ଗରବ

 ଆସିବ ମନେ ରାଜା ଅଶୋକ ଭାବ ।।


ଶାନ୍ତି , ଦୟା, କ୍ଷମା ଯାହାକୁ ଦେବ

ନେବାକୁ ନଥିବ ହେ ଜନ

ଶୁନ୍ୟ ପୃଥିବୀରେ ଅଶାନ୍ତ ହୋଇ 

ଘୁରୁଥିବ ସାଜି ତୁମେ ଜଡ ଜନ ।।


ମନୋ ପୁରତିର ପତିୟାରା ରେ 

କିଏ ହୋଇ ପାରିବନି ପତି

ଜଗତେ ବାଜିବ ନିନ୍ଦା ବାଜଣା

କେବଳ ହସିବେ ପୁତ୍ର ଓ ନାତି ।।


ଧ୍ଵଂସର ସାରଥି ସାଜିବାକୁ ରଥି

ବିଜ୍ଞାନକୁ କର ଉପଯୋଗ

ଅସ୍ତ୍ର କ୍ଷେଉଣି ସଜାଇ ବିନ୍ଧାଣୀ

ହେଉ ଅଛ ତୁମେ ମହାଭାଗ  ।।


ମୁକ୍ତିର ମନ୍ତ୍ର ବାରେ ଦିଅ ହେ ଈଶ୍ୱର

ରଖିବ ଯଦି ତୁମ ମହୀ

ଅକାମୀ କର ହେ ମାରଣ ଯନ୍ତ୍ର ସବୁ 

ଯେତେ ରଖିଛନ୍ତି ବୋହି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract