ମା
ମା
1 min
158
ଅଶ୍ରୁ ବିଭୂଷିତ ନୟନ ତାର
କାହୁଁ ଝରାଏ ସେ ଲୋତକ ଧାର ।
ସୁଖ ଦୁଃଖ ହେଲେ ମୋହର
ଖୋଲିଯାଏ ତା ଲୁହର ଦ୍ବାର ।
ଅକ୍ଷୁର୍ଣ୍ଣ ମମତା ସଦା ଜୁଆର
ସନ୍ତାନ ସୁଖେ ମନଟି ତାର ।
ନିଜ ସୁଖକୁ କରିଣ ପର
ସରଗ ପରି ଗଢେ ପରିବାର ।
ପଞ୍ଚଭୂତେ ଜୀବନ ଦେଇ ଦେଖାଏ ସସାର
ମା ଡାକେ ଭୂଲିଯାଏ ଦୁଃଖ ତାହାର ।
ଆର୍ଶୀବାଦ ଥଳିକୁ କରି ନିଜର
ଵାଣ୍ଟୁଥାଏ ସେ ନହୋଇ କାତର ।
ଜନମରୁ ଜୁଇ ତା ସେନେହ କାରା
ଧରଣୀ ସମ ତା ହୃଦୟ ପରା ।
ରୋଗ ଵୈରାଗ ହେଲେ କାହାର
ସଦା ଜାଗ୍ରତ ମନ ତାହାର ।
ଶାସନ ଶୃଙ୍ଖଳେ କଲେ ପ୍ରହାର
ମରମେ ଅଶ୍ରୁ ଝରେ ତାଙ୍କର ।
ନିଜ ସୁଖକୁ ଦେଇ କବର
ପ୍ରତି କ୍ଷଣେ ଚିନ୍ତେ ସୁଖ ଆମର ।
ଶୁଝିନି ଋଣ କିଏ ଜୀବନେ ତାର
ମା ର ତୁଳନା ନାହିଁ କାହାର ।
