STORYMIRROR

Bidyadhar Dalabehera

Others

3  

Bidyadhar Dalabehera

Others

ମିଛ ଖୁସି

ମିଛ ଖୁସି

1 min
135

ମୋ ହଜିଲା ଦିନକୁ କିଏ ଆଣିଦେବ

ବୁଝିବ କିଏ ଦରଦ ମୋ ଛାତିର

ସୁନାସପନ ମୋ କିଏ ଫେରେଇବ

ଦେବ କିଏ ସ୍ମୃତି ହଜିଲା ଦିନର।

ଜାଣୁଛି ମୁଁ ରହିଛ କେତେ ଦୁଃଖଭାରେ

ନିଜ ଲୁହ ନିଜେ ପିଉଛି

ସେ କାହୁଁ ଜାଣିବ ଦୁଃଖ ମୋ ଛାତିର

ଭାବୁଛି ସିଏ ମୁଁ ହସୁଛି।

ତା କଳଙ୍କର ଟିକା ଦେହେ ମୁଁ ଧରିଛି

ବାହାନାରେ ଆଉ କାର କହୁଛି

ମୋ ଅନ୍ତର ବ୍ୟଥା ଅନ୍ତରେ ରଖୁଛି

ଉପରକୁ ହସି ଦେଉଛି।

ଚାହିଁଲେ ମୁଁ ତାକୁ ଭୂଲିପାରିବିନି

ପହିଲି ଛୁଆଁରେ ମନ ଦେଇଛି

ଦୂରେ ରହି ସିଏ ମିଛ ଖୁସି ଦେଖୁନି

ଅଭିଶାପ ଦେଇ ଚାଲିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍