STORYMIRROR

Bidyadhar Dalabehera

Others

3  

Bidyadhar Dalabehera

Others

ମାୟା ଫାଶ

ମାୟା ଫାଶ

1 min
146


କୁରଙ୍ଗୀ ନୟନୀ  ପକ୍ବ ବିମ୍ବ ଓଷ୍ଠି

   ମୁକ୍ତ ଦନ୍ତ ମୁକ୍ତ କିରି ହସ

କନ୍ଦର୍ପ ର ସୂତ   ଦେଖି ଦେଲେ ଲେସ

   ସପନ ବୁକେ ପକାଏ ଫାସ ।।


ତିରିଛି ଚାହାଣି   ମନକୁ କିଣଇ

  ଅନ୍ତରେ ତାର କୁଟିଳ ଫାସ

ବରାଜି ବିରଜି   ହୃଦୟରେ ସାଜି

  କରିନିଏ କେତେ ମନ ବସ ।।


ମନରେ ନଥାଇ    ଧନକୁ ଦେଖଇ

  ମେଣ୍ଟେଇବାକୁ ତା ଅବଶୋଷ 

ଧନ ସରିଗଲେ   ମନ ହଜିଯାଏ

   ମନ ମାନ ହୋଇଯାଏ ବିଷ ।।


ଅନେକ କାହାଣୀ  ମନରୁ ବଖାଣୀ 

   କରିଦିଏ ତା କାହାଣୀ ଶେଷ

ପ୍ରଜାପତି ହୋଇ   ଉଡ଼ିବୁଲେ ସିଏ

   କେଉଁ ଫୁଲ ହେବ ତାର ବସ ।। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍