STORYMIRROR

Bidyadhar Dalabehera

Abstract

2  

Bidyadhar Dalabehera

Abstract

ଗୋଲାପୀ ବିଳାପ

ଗୋଲାପୀ ବିଳାପ

1 min
233

ଗୋଲାପୀ ଚିବୁକରେ ଦରଫୁଟା ହସ

ଅଙ୍କା ବଙ୍କା ନଈ ଯେ ବୟସ

ସରସ ସୁନ୍ଦର ନେତ୍ର କୁ। ତୁମ ବାଙ୍କ ଚାହାଣୀ

ପକାଇଲା ନେଇ ପ୍ରେମର ଫାଶ।

ତନୁ ଶିହରଣ ତା କୋମଳ କର ବନ୍ଧନ

ଖର ନିଶ୍ବାସ ପରଶ ଆଣି

ଗୋଲାପ ବୃନ୍ତକୁ ଓଷ୍ଠ ଚାପୁଆଣି

ଚୁପୁଚୁପୁ କହେ କର୍ଣରେ ବାଣୀ।

ଅଳପ ଦିନକୁ। ବିଳାପ କରିଛି

ବୟସଟା ଯାହା ଉଜୁଡି ଯାଇଛି

ଉନ୍ମାଦନା ସବୁ। ଶିଥିଳି ଯାଇଛି

ଶିନ୍ଥୀ ସିନ୍ଦୁର କାହାର ନାଇଛି।

ପଲଙ୍କେ ପଲକ। ପକାଇ ଚିନ୍ତୁଛି

ଗୋଲାପୀ ଆଳାପ ସରିଛି

ଗାଲିଚା ଗୋଲାପ ଦେଖି ଭାବୁଛି

ବିଳାପେ ଓଠଟା ଥରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract