STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଶାଳୀନତା⁷

ଶାଳୀନତା⁷

1 min
314


ମାନବ ଗୋଟିଏ ସାମଜିକ ପ୍ରାଣୀ

ସମାଜରେ ଜନ୍ମି ସମାଜେ ବଢେ,

ନିଜ ସୁଖ ଦୁଃଖ ବାଣ୍ଟିବା ପାଇଁକି

ସାଥି ପରିଜନ ଜୀବନେ ଲୋଡ଼େ l

ବ୍ୟବହାର ଯାର ଶାଳୀନତା ଭରା

ସମାଜେ ତାହାକୁ ମିଳେ ସମ୍ମାନ,

ଶାଳୀନତା ଭରା ମିଠା କଥା ପଦେ

କିଣି ନେଇଥାଏ ସଭିଙ୍କ ମନ l

ଶାଳୀନତା ଅଟେ ସଂସ୍କାର ଆମର

ପୂର୍ବଜ ଙ୍କ ଠାରୁ ତାହାକୁ ଶିଖୁ,

ଆମ ଠୁଁ ଶିଖନ୍ତି ଆମ ପିଲାମାନେ

ଆଚାରେ ବେଭାରେ ତାଙ୍କୁ ପରଖୁ l

ବେଶ ପୋଷାକରେ ଶାଳୀନତା ଆଜି

ଆଧୁନିକତାରେ ହୋଇଛି ବଣା,

ସମାଜରେ ତେଣୁ ଯେତେ ବିଶୃଙ୍ଖଳା 

ବଢ଼ି ଚାଲୁଅଛି ସେପାଇଁ ସିନା l

କର୍ମ କ୍ଷେତ୍ର ହେଉ ଅବା ବ୍ୟବସାୟ

ଶାଳୀନତା ସବୁ ସ୍ଥାନେ ଜରୁରୀ,

ଭଦ୍ର ବ୍ୟବହାର ମନ କିଣିଥାଏ

ପ୍ରଭାବିତ କରେ ମନ ସବୁରି l.

ଶାଳୀନତା ଏକ ଦେବୋପମ ଗୁଣ

ଦେବତାଙ୍କ ଠାରେ ସଦା ପ୍ରକାଶ,

ଅଶାଳୀନ ବ୍ୟବହାର ଦାନଵ ଙ୍କ

ସେପାଇଁ ଅକାଳେ ଯାଆନ୍ତି ନାଶ ll

ହଜାଇ ଦେବାନି ଶାଳୀନତା ଆମ

ଗୁରୁ ଗୁରୁଜନେ କରିବା ଭକ୍ତି,

ଭଦ୍ରତା ସ୍ଵଭାବେ ସଭିଙ୍କୁ ମୋହିବା

ଆଶିଷ ଜୀବନେ ନେବା ସାଉଁଟି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational