Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Swain

Classics Inspirational Others

3.0  

Goutam Swain

Classics Inspirational Others

ଶାଳିଆ ଡ୍ୟାମ

ଶାଳିଆ ଡ୍ୟାମ

1 min
212


ଗଂଜାମ ଖୋର୍ଦ୍ଧା ସୀମାନ୍ତେ ରହିଛି ସୁନ୍ଦର ଏକ ସ୍ଥାନ

ଭାରି ମନଲୋଭା ସୌନ୍ଦର୍ଯ୍ୟଭରା ଅତୁଲ୍ୟ ଶାଳିଆ ଡ୍ୟାମ l


ସୁନ୍ଦର ସବୁଜ ବନରାଜି ସହ ନୀଳ ଲହରୀତ ଜଳ 

ଚିରସ୍ରୋତା ପ୍ରାୟେ ବହି ଯାଇଛନ୍ତି ଦୀପଟେ ଦୁଇ କେନାଳ l


ମସ୍ତକେ ଶୋଭିତ ମା ଭଗବତୀ ପାଦେ ବଙ୍କାଡ଼ଗଡ଼

ପୃଷ୍ଠେ ଶୋଭିତ ଡୋମଣି ମନ୍ଦିର ବକ୍ଷେ ଢିମାପାହାଡ l


କ୍ଷୀଣ ଦୂରେଛନ୍ତି ମା ସିଂହାସନି ମା ଔରାଙ୍ଗ ତାରିଣୀ

ଘଣ୍ଟଶିଳା ରମ୍ଭା ଚିଲିକା ସାଙ୍ଗକୁ କାଳିଜାଇ ନାରାୟଣୀ l


ଶାଳିଆ ଡ୍ୟାମଟି ମନ ଜିଣୁଥାଇ ସବୁ ପର୍ଯ୍ୟଟକଙ୍କର

ତଥାପି ଆଜି ସେ ଅବହେଳିତ ଧ୍ୟାନ ଦିଅ ସରକାର l


Rate this content
Log in

Similar oriya poem from Classics