Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Swain

Comedy Tragedy Crime

4  

Goutam Swain

Comedy Tragedy Crime

କଙ୍ଗାରୁ କୋର୍ଟ

କଙ୍ଗାରୁ କୋର୍ଟ

1 min
428



କିଏ ଦେଲା କାହିଁ ନାମଟି ତୋହର 

କଙ୍ଗାରୁ କୋର୍ଟ ବୋଲି  

ଘଡି ଘଡିକରେ ବିଚାର ବଦଳେ 

କଙ୍ଗାରୁ ଡେଇଁଲା ଭଳି l


କଙ୍ଗାରୁ ପରିକା ପେଟରେ ଲୁଚଇ 

ସତ୍ୟ ନ୍ୟାୟ ଆଉ ଧର୍ମ 

ଲୋଡ଼ା ହୁଏ ନାହିଁ ତଥ୍ୟ କି ପ୍ରମାଣ 

ଲୋଡ଼ା ଜନ ସମର୍ଥନ l


ପାଞ୍ଚ ମଣିଷ ଏକାଠି କହିଲେ

ଛେଳି ବି କୁକୁର ହବ 

ଡର ଧମକାଇ ଦି ଠେଙ୍ଗା ବାଜିଲେ

ନିର୍ଦୋଷୀ ଦୋଷ ମାନିବ l


ପୂର୍ବ ନିର୍ଧାରିତ ହୋଇଥାଏ ସବୁ

କିଏ କି ଦଣ୍ଡ ପାଇବ

ପ୍ରମାଣ ଆଳରେ କିଏ ଖସିଯିବ 

କିଏ ଠେଙ୍ଗା ଛେଚୁଥିବ l


କାହା ଲାଭ କ୍ଷତି ହଉ କି ନ ହଉ

କୋଠ ହୁଏ ଲାଭବାନ 

ଦଣ୍ଡ ଜୋରିମାନା ଏମିତି ଆସୁ 

ମୋ କଙ୍ଗାରୁ କୋର୍ଟ ମହାନ l



Rate this content
Log in

Similar oriya poem from Comedy