ଶାଗୁଣା ର ଆଖି ପଚା ମଢ଼ ରେ
ଶାଗୁଣା ର ଆଖି ପଚା ମଢ଼ ରେ
ଖାଦ୍ୟ ଓ ଖାଦକ ନିୟମ ସମ୍ପର୍କ
ଗଢ଼ିଛି ପ୍ରକୃତି ଦେଖ
କେଡେ ଚମତ୍କାର ଭାବେ ପ୍ରକୃତି ର
କୌଶଳ କଳା ଅନେକ ।
ଅନେକ ପ୍ରକାର ବ୍ୟବସ୍ଥା ସ୍ଥିତି ର
କରି ସୂକ୍ଷ୍ମ ଅନୁଧ୍ୟାନ
ପ୍ରକୃତି ଭଣ୍ଡାର ସଂରକ୍ଷଣ ପାଇଁ
ଖାଦ୍ୟ ଶୃଙ୍ଖଳ ନିର୍ମାଣ ।
ତୃଣ ଭୋଜି ମାଂସ ଖାଆନ୍ତି ମାଂସ।ସୀ
ମାଂସାସୀ ଙ୍କ ପଚା ମାଂସ
ଖାଆନ୍ତି ଶାଗୁଣା ପକ୍ଷୀ ମାନେ ସିନା
ସ୍ୱଚ୍ଛ କରି ପରିବେଶ ।
ନାସିକା ନୟନ ଏପରି ନିର୍ମାଣ
କରିଛି ତାଙ୍କ ପ୍ରକୃତି
ଯୋଜନ ଯୋଜନ ଦୂରୁ ନିରୀକ୍ଷଣ
ପଚା ମାଂସ ମଢ଼ ନିତି ।
କରି ଆପଣା ର ଉଦର ପୂରଣ
କରି ଥାନ୍ତି ସେହି ମାନେ
ଉପକାରୀ ପକ୍ଷୀ କାହାର ଯେ କ୍ଷତି
କରନ୍ତି ନି କେବେ ହେଲେ ।
ମେହନତ କରି ମେହନ୍ତର ପରି
ପରି ବେଶ ପରିଷ୍କାର
ପାଇଁ କି ପ୍ରକୃତି ତାଙ୍କ ନିତି ନିତି
ପଚା ମଢ଼ ଖୋଜିବାର ।
ଶକ୍ତ ଥଣ୍ଟେ ଚିରି ଖାନ୍ତି ପେଟ ଭରି
ସଭିଙ୍କ ହିତ ସାଧନ
ପାଇଁ କି ଶାଗୁଣା ଉଡ଼ି ବୁଲେ ନାନା
ଦୁର୍ଗନ୍ଧ ରେ ପୂର୍ଣ୍ଣ ସ୍ଥାନ ।
କରେ ପରିଷ୍କାର ପରିଚ୍ଛନ୍ନତା ର
ରୋଗ , ଜୀବାଣୁ ନିଶେଷ
ଆଜି କିନ୍ତୁ ସବୁ ଶାଗୁଣା ଙ୍କ ସଂଖ୍ୟା
ହେଲାଣି ସମ୍ପୂର୍ଣ ଶେଷ ।
ବଢ଼େ ପଚା ସଢା ହୁଅଇ ଫୋପଡା
ମଣିଷ ର ଅବିଚାର
ବିରୋଧରେ କେହି ଅଭିଯୋଗ କିବା
ପ୍ରତି ବାଦ ଚେଷ୍ଟା କାର ।
ନାହିଁ ଆଜି ଆଉ ମଣିଷ ର ଦାଉ
ନୃଶଂସ ଶାଗୁଣା ପରି
ସ୍ୱାର୍ଥ ଅନ୍ୱେଷଣ କରେ ପ୍ରତି କ୍ଷଣ
ପଚା ମଢ଼ ଯେଉଁ ପରି ।
ଦିଶେ ମନୋହର କରଇ ଆହାର
ଶାଗୁଣା ପକ୍ଷୀ ଙ୍କ ପକ୍ଷେ
ସେହି ପରି ନାନା ବିଷୟ ବାସନା
ମଣିଷ ମନ ଆକର୍ଷେ ।
ଲୋଭ।ତୁର ଦୃଷ୍ଟି କହି ଶ୍ୱାନ ଦୃଷ୍ଟି
ଦେଖି ଲାଗେ ଯାହା ଘୃଣା
ମଣିଷ ର ଲୋଭ ଶ୍ଵେନ ପକ୍ଷୀ ପ୍ରାୟ
ଲୋଭୀ ମଣିଷ ଶାଗୁଣା ।
