STORYMIRROR

Rama chandra Pradhan

Inspirational Children

4  

Rama chandra Pradhan

Inspirational Children

ଶାଗ ଦେହ ପାଇଁ ହିତ

ଶାଗ ଦେହ ପାଇଁ ହିତ

1 min
262

କୁଆଡ଼େ ଗଲରେ ରୂପସା ରୁପେଶ

ସନିଆ ସପନା ହରି

ଶିକ୍ଷକ କହନ୍ତି ଦେହ ପାଇଁ ଶାଗ

ଅଟେ ଅତି ଦରକାରୀ l


ବରଷା ଧରାକୁ ଆସିଲାଣି ଏବେ

ନାହିଁ ନିଦାଘର ରାଗ

ବାଡ଼ି ବଗିଚାରେ ଆସରେ ବୁଣିବା

ନାନା ପରକାର ଶାଗ l


ଶାଗରେ ରହିଛି ଖାଦ୍ୟସାର ଗୁଣ

ବହିରେ ଏକଥା ଲେଖା

ମନ ହରଷରେ ଖାଇବ ଯେ ଶାଗ

ଆଖିକୁ ଯିବ ତା' ଦେଖା l


ଫୁଲବଢ଼ି ଦେଇ ଶାଗକୁ ଭାଜିଲେ

ସୁଆଦ ଲାଗିବ ଭାରି

ଦର୍କାର ହେବନି ଅଣ୍ଡା ଆମଲେଟ

ମାଛ ମାଂସ ତରକାରୀ l


ପାଳଙ୍ଗ କୋଶଳା ଲେଉଟିଆ ଶାଗ

ଦେହ ପାଇଁ ପୁରା ହିତ

ମିଛ ନୁହେଁ ପିଲେ ଡାକ୍ତର କହନ୍ତି

କଥାଟା ନିରାଟ ସତ l


ଶାଗ ଠାରୁ ଭଲ ଆଉ କିଛି ନାହିଁ

ସିଏ ଉପକାରୀ ଅଟେ

ନିଇତି ଖାଦ୍ୟରେ ଖାଉଥିଲେ ଶାଗ

ରୋଗ ପଳାଏ ତା' ବାଟେ l


ତେଣୁ ପିଲାମାନେ ଖାଉଥିବ ଶାଗ

ତା' ସାଥିରେ ବସି ମିତ

ଖତ ସାର ଦେଇ କରିବ ବେଉସା

ନ ରଖି ମନରେ ଭୀତ ।


Rate this content
Log in

Similar oriya poem from Inspirational