STORYMIRROR

Nibedita Mishra

Abstract

2  

Nibedita Mishra

Abstract

ସେଥିପାଇଁ

ସେଥିପାଇଁ

1 min
157

ସେଥିପାଇଁ

ନିବେଦିତା ମିଶ୍ର

ବୁଝେଇ ପାରିବିନି ବୋଲି ତୁମକୁ ମୁଁ

ସେଥିପାଇଁ ନିରବ ହୋଇ ରହିଗଲି,

ତୁମେ ବି ତ ବୁଝିବାକୁ ଚେଷ୍ଟା କଲନି

ସେଥିପାଇଁ ଅଭୁଝା ହୋଇ ରହିଗଲି


ମନର ସବୁ ବେଦନା ତ ବାହାରକୁ ଦିଶେନି

ସେଥିପାଇଁ ଦୁଃଖସବୁ ଦେଖେଇ ପାରୁନି,

ଆଖିର ସବୁ ଲୁହ ତଳକୁ ଝରେନି

ସେଥିପାଇଁ ତ ତୁମେ ଲୁହ ପୋଛିପାରିଲନି


ସବୁଫୁଲ ଭଗବାନଙ୍କ ପାଖେ ଲାଗେନି

ସେଥିପାଇଁ ଚୁପଚାପ ଫୁଟି ଝଡିଯିବି,

ସବୁ ପଥର ବି ଶାଳଗ୍ରାମ ହୁଏନି

ସେଥିପାଇଁ ଏଠି ତୁଠରେ ପଡି ରହିବି


କଥା ଦେଇଥିଲି ତୁମକୁ ଭଲ ପାଇବି

ସେଥିପାଇଁ ସବୁ ନା କୁ ହଁ ମାନିଗଲି,

ନିଜର କରିଥିଲି ହୃଦୟେ ତୁମକୁ

ସେଥିପାଇଁ ଦୁଃଖରେ ବି ତୁମ ସାଥେ ହସିଲି


ତଥାପି ବିଶ୍ବାସ ରଖିଛି ପ୍ରେମ ଉପରେ

ସେଥିପାଇଁ ସାରା ଜୀବନ ଅପେକ୍ଷା କରିବି,

କେବେହେଲେ ତ ତୁମେ ନିଶ୍ଚୟ ବୁଝିବ

ସେଥିପାଇଁ ଅନ୍ଧଭାବେ ତୁମକୁ ଭଲ ପାଇବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract