STORYMIRROR

Sudeepta Suchismita Jena

Drama

4.4  

Sudeepta Suchismita Jena

Drama

ସେନେହର ବନ୍ଧନ

ସେନେହର ବନ୍ଧନ

1 min
847


ସେନେହର ବନ୍ଧନ ଏ ମମତାର ଡୋର 

ସବୁଠାରୁ ମିଠା ସଂପର୍କ ଭାଇ ଭଉଣୀର। 

ପିଲାଦିନ ଧୂଳି ଖେଳ ବାଗୁଡିର ସାଥି 

ଜୀବନର ହସଖୁସି ମିଶିକି ବାଣ୍ଟନ୍ତି। 

ସାଙ୍ଗ ହୋଇ ଥିଲେ କେତେ ଝଗଡ଼ା ଲାଗି ଯାଏ 

ଘଡିଏ ଛାଡି ଚାଲିଗଲେ ତାକୁ ଆଖି ଝୁରୁଥାଏ। 

ପାଖେ ଅବା ଦୂରେ ଥା ତୁ ତୋତେ ମନ ଝୁରେ 

ଦିନରାତି ମଙ୍ଗଳ ମନାସେ ମୁଁ ପ୍ରଭୁଙ୍କ ଛାମୁରେ। 

ନୂଆ ଜିନିଷ ପାଇଁ ହୁଏ କେତେ ବାଦବିବାଦ 

ସମାଧାନ କରିଦିଏ ମିଠା କଥା କେଇପଦ। 

ଜେଜେମା କାହାଣୀ ପୁଣି ଛୁଟିରେ ମାମୁଁଘର 

ସବୁଥିରେ ଭାଗ ଆମ ମମତା ବନ୍ଧନର। 

ପରିବେଶ ପରିସ୍ଥିତି ଯେମିତି ବି ହେଉ 

ସବୁବେଳେ ମିଳିମିଶି ଆମେ ଚାଲିଥାଉ। 

ଆମ ମନ୍ଦିର ଦେବତା ବାପା ଆଉ ବୋଉ 

ତାଙ୍କ ପାଦେ ମସ୍ତକ ସଦା ଆମ ଥାଉ। 

ଜୀବନର ବଡ ପୁଞ୍ଜି ଆମରି ସଂସ୍କାର 

ସବୁବେଳେ କରିବା ଆମେ ଜଗତ ମଙ୍ଗଳ। 

ଆଶିର୍ବାଦ କରିବେ ଜଗତର ନାଥ ଜଗନ୍ନାଥ 

ଭାଇଭଉଣୀ ମମତାର ସେତ ଜ୍ବଳନ୍ତ ପ୍ରତୀକ। 

ରାଖୀ ବାନ୍ଧି ଭଉଣୀ ତା ଭାଇର ହାତରେ

କଥାମାଗେ ରହିବାକୁ ତା ସୁଖଦୁଃଖରେ।

ମମତାର ସୂତାଖିଅ କେତେ ସ୍ନେହ ନେଇ

ଅନମୋଲ ରହିଥାଏ ଯୁଗ ଯୁଗ ପାଇଁ। 

ଜନମ ଜନମର ଏ ତ ନିବିଡ଼ ସମ୍ପର୍କ 

ପୀରତି ବନ୍ଧନରେ ତାକୁ ସାଇତିକିରଖ। 

ଏତିକି ମିନତି ଆଜି ପ୍ରଭୁଙ୍କ ଶ୍ରୀ ପାଦରେ 

ହସଖୁସି ଭରି ଦିଅନ୍ତୁ ସବୁ ଭାଇଭଉଣୀ ଜୀବନରେ। 



Rate this content
Log in

Similar oriya poem from Drama