ସେନାପଟା ଶଗଡି ଗାଡି ,,,,,,,,,,,
ସେନାପଟା ଶଗଡି ଗାଡି ,,,,,,,,,,,
ଲଗାଇବା ଗଛଟିଏ ନାମ ବଉଳ
ସାକ୍ଷୀ ରହିଥିବେ ସ୍ୱୟଂ ସିଦ୍ଧବକୁଳ
ସମୃଦ୍ଧଶାଳୀ ହେବ ବନ ବକୁଳ
ମହତ୍ତ୍ୱ ବଢିବ ଆମ ଗାଁ ସାକ୍ଷୀଗୋପାଳ
ଖୁସିରେ ଫୁଲ ଫୁଟି ଝରିଯିବ ତମାଳ
ସେନାପଟା ଶଗଡି ଗାଡି ଚଞ୍ଚଳ
ଯିବ ବାହାରି ଇଏ ରଥର ବେଳ
ସହଯୋଗରେ ପୋତିବା ଗଛ ବଉଳ
ସମ୍ପର୍କ ରଖି ଜଗନ୍ନାଥଙ୍କ ସଙ୍ଗେ ସାକ୍ଷୀଗୋପାଳ
ରଥ ଗଡୁଥିବ ବଡ଼ଦାଣ୍ଡେ ଆନନ୍ଦ ରୋଳ
ଭକ୍ତ ଓ ଭାବରେ ହରିବୋଲ ହୁଳହୁଳି ମାଦଳ
ଚାଲ ଯିବା ଭାଇ ଗଛ ଲଗାଇ ବୁଦ୍ଧି ବଳ କୌଶଳ
ସମ୍ପର୍କର ସେତୁ ପରମ୍ପରା ବନ୍ଧ ସଂସ୍କୃତି ବେଳକାଳ
ରଖି ଏ ଅଢେଇ ଦିନରେ ହୋଇକି ମେଳ
ଖାଇ ପାଖାଳ ଭାବର ନାବରେ ସୁନେଲି ସକାଳ
ରଥ ଯିବ ଗଡି ବଡଦାଣ୍ଡରେ ବଡ଼ ଶଗଡି
ଗଢିଛନ୍ତି ବିଶ୍ୱକର୍ମା ପରି ଶିଳ୍ପୀ କୂଳ ଖଞ୍ଜି କୌଶଳ
ବଉଳ ଗଛଟିଏ ପୋତି ପ୍ରତ୍ୟେକ ଦେଇ ବୁଦ୍ଧି ବଳ
ବଞ୍ଚାଇରଖିଲେ ସେନାପଟା ଶଗଡି ଗଡିବ
ପୁରୀ ଗାଁ ପରି ଚଳଚଞ୍ଚଳ
ଆଜି ଆମ ଗାଁ ସାକ୍ଷୀଗୋପାଳ
ବୁଦ୍ଧିଜିବୀ ହେଲେଣି ଠୁଳ ଦେଇ କରତାଳ
ହରିବୋଲ ହୁଳହୁଳି ଦିଅ ସଅଳ ।
