STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ସେନାପଟା ଶଗଡି ଗାଡି ,,,,,,,,,,,

ସେନାପଟା ଶଗଡି ଗାଡି ,,,,,,,,,,,

1 min
11


ଲଗାଇବା ଗଛଟିଏ ନାମ ବଉଳ 

ସାକ୍ଷୀ ରହିଥିବେ ସ୍ୱୟଂ ସିଦ୍ଧବକୁଳ 

ସମୃଦ୍ଧଶାଳୀ ହେବ ବନ ବକୁଳ 

ମହତ୍ତ୍ୱ ବଢିବ ଆମ ଗାଁ ସାକ୍ଷୀଗୋପାଳ 

ଖୁସିରେ ଫୁଲ ଫୁଟି ଝରିଯିବ ତମାଳ 

ସେନାପଟା ଶଗଡି ଗାଡି ଚଞ୍ଚଳ 

ଯିବ ବାହାରି ଇଏ ରଥର ବେଳ 

ସହଯୋଗରେ ପୋତିବା ଗଛ ବଉଳ 

ସମ୍ପର୍କ ରଖି ଜଗନ୍ନାଥଙ୍କ ସଙ୍ଗେ ସାକ୍ଷୀଗୋପାଳ 

ରଥ ଗଡୁଥିବ ବଡ଼ଦାଣ୍ଡେ ଆନନ୍ଦ ରୋଳ 

ଭକ୍ତ ଓ ଭାବରେ ହରିବୋଲ ହୁଳହୁଳି ମାଦଳ 

ଚାଲ ଯିବା ଭାଇ ଗଛ ଲଗାଇ ବୁଦ୍ଧି ବଳ କୌଶଳ 

ସମ୍ପର୍କର ସେତୁ ପରମ୍ପରା ବନ୍ଧ ସଂସ୍କୃତି ବେଳକାଳ 

ରଖି ଏ ଅଢେଇ ଦିନରେ ହୋଇକି ମେଳ 

ଖାଇ ପାଖାଳ ଭାବର ନାବରେ ସୁନେଲି ସକାଳ 

ରଥ ଯିବ ଗଡି ବଡଦାଣ୍ଡରେ ବଡ଼ ଶଗଡି 

ଗଢିଛନ୍ତି ବିଶ୍ୱକର୍ମା ପରି ଶିଳ୍ପୀ କୂଳ ଖଞ୍ଜି କୌଶଳ 

ବଉଳ ଗଛଟିଏ ପୋତି ପ୍ରତ୍ୟେକ ଦେଇ ବୁଦ୍ଧି ବଳ 

ବଞ୍ଚାଇରଖିଲେ ସେନାପଟା ଶଗଡି ଗଡିବ 

ପୁରୀ ଗାଁ ପରି ଚଳଚଞ୍ଚଳ 

ଆଜି ଆମ ଗାଁ ସାକ୍ଷୀଗୋପାଳ

ବୁଦ୍ଧିଜିବୀ ହେଲେଣି ଠୁଳ ଦେଇ କରତାଳ 

ହରିବୋଲ ହୁଳହୁଳି ଦିଅ ସଅଳ ।



Rate this content
Log in

Similar oriya poem from Abstract