STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ

ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ

1 min
183

ଯୋଦ୍ଧାଙ୍କ ରାଉତ ବିପିନ ରାୱତ 

  ଆଦ୍ୟ ସେନାମୁଖ୍ୟ ଆମ ଦେଶର

ଗରୱାଲ ଜିଲ୍ଲା ପୌରି ଗାଆଁ ପିଲା

  ଜୀବନ ତୁମର ନେଲା ଛପ୍ପର।


ଅଠାବନ ସାଲ ଜନ୍ମ ମାର୍ଚ୍ଚ ଷୋଳ

  ପିତା ତବ ଲଛୁ ସିଂହ ରାୱତ

ବୀର ପିତାଙ୍କର ରେଜିମେଣ୍ଟ ଠାର

  ଚାରି ତାରକା ସୈନିକ ପ୍ରବର।


ଏନ୍.ଡି.ଏ ଶିକ୍ଷିତ କମିସନ ଯୁକ୍ତ

  ଗୋର୍ଖା ରାଇଫଲ ସାଧନାବିଷ୍ଟ

ଥିଲ ସୁରବୀର ଦେଶ ମାତୃକାର 

  ପରମ ବିଶିଷ୍ଟ ଅତି ବିଶିଷ୍ଟ।


ମାକମୋହନ୍ ଗାର ଚାଇନା ଅସୁର

  ବୀରତ୍ଵରେ ତବ ହେଲେ ଅସ୍ଥିର

ସାଧନା ପଥରେ ଉଡି ସୁଉଚ୍ଚରେ 

   ଉଡାଣ ଡାକିଲା ଯମର ଘର।


ସ୍ଥଳସେନା ମୁଖ୍ୟ ଥିଲ ଅତି ଦକ୍ଷ

  ଦେଶର ପ୍ରଥମ ସେନା ଅଧ୍ୟକ୍ଷ 

ଏକୋଇଶ ସାଲ ଆଠ ଡିସେମ୍ବର 

  ନୀଳଗିରି ଠାରେ ତେଜିଲ କକ୍ଷ।


ସପତ୍ନିକ ବୀର ସହୀଦ ସାଜିଲ 

   ଗଡୱାଲ ମାଟି ହେଲା ଗର୍ବିତ

ରାଷ୍ଟ୍ରୀୟ ସମ୍ମାନ ବୀରବର ଘେନ

   ପୁଷ୍ପାଞ୍ଜଳି ଆମେ କରୁ ଅର୍ପିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational