STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

"ସେମାନେ ବି ମଣିଷ"

"ସେମାନେ ବି ମଣିଷ"

1 min
221

 ସେମାନଙ୍କର ବି ଅଛି ଆତ୍ମା

 ସେମାନଙ୍କ ଘଟେ

  ବିରାଜନ୍ତି ପରମାତ୍ମା

ସେମାନଙ୍କ ହୃଦେ ବି

 ବିରାଜିତ ଈଶ

 ସେମାନେ ବି

  ଏ ବିଶ୍ଵର ଏକ ଅଂଶ

 ସକଳ ମଣିଷଙ୍କ ପରି

  ସେମାନେ ବି ମଣିଷ ।

ବୁଦ୍ଧି, ବିଦ୍ୟା, ଜ୍ଞାନେ

 ହୁଏତ ହୋଇପାରନ୍ତି ନିରସ

ପରିଷ୍କାର, ପରିଛନ୍ନତା,

  ସଂସ୍କାର, ସଂସ୍କୃତି ଆଦିରେ

ଏ ସଭ୍ୟ ଜଗତ ତାଙ୍କୁ

    ଦେଖିପାରେ ନିକୃଷ୍ଟ

ତଥାପି ସେମାନେ

  ଆମରି ମାନଙ୍କ ଭଳି

       ଜାତିରେ ମଣିଷ ।

ହୁଏତ ଏ ସମାଜର ଜାତି ପ୍ରଥା

   କରି ଦେଇଛି ସେମାନଙ୍କୁ

     ନୀଚ୍ଚ ଜାତିର ମଣିଷ

 ପରନ୍ତୁ ନୁହଁନ୍ତି ସେମାନେ

          ହିଂସ୍ର ପଶୁ

ନୁହଁନ୍ତି ସେମାନେ

    ଜଙ୍ଗଲୀ ଜାନୁଆର୍

 ନୁହଁନ୍ତି ସେମାନେ ଅମଣିଷ

 ସେମାନେ ବି ମଣିଷ ।

ସଭ୍ୟତାର ଝଲକ

  ଦିଶେନି ତାଙ୍କ ଠାରେ

 ଶିକ୍ଷାର ସ୍ପର୍ଶ ପ୍ରବେଶିନି

      ତାଙ୍କ ମସ୍ତିଷ୍କରେ

ନୁହଁନ୍ତି ସେମାନେ ସଭ୍ୟ, ଶିକ୍ଷିତ

 ପ୍ରକୃତିର କିନ୍ତୁ

  ସେମାନେ ସନ୍ତାନ ଅମୃତ

ନାହିଁ ତାଙ୍କ ଠାରେ

    ଚିହ୍ନ ଛନ୍ଦ କପଟର

ନାହିଁ ତାଙ୍କ ଠାରେ କ୍ଷୁଧା

 ଲୋଭ କି ମୋହର

କିନ୍ତୁ ସଭ୍ୟ, ଶିକ୍ଷିତ, ଆଧୁନିକ ମଣିଷ

ଆଜି ପାଲଟିଛି ହିଂସ୍ର ଓ ଅମଣିଷ

 ସେ ଜଙ୍ଗଲୀ, ଅଶିକ୍ଷିତ,

 ଦଳିତ, ନିିିିଷ୍ପେସିତ

 ରଖିଛି ତା ମଣିଷ ପଣିଆ ଟିକକ

ସେ ହିଁ ଏ ଜୀବଜଗତର ଶ୍ରେଷ୍ଠ ମଣିଷ

 ବୁଝିଛନ୍ତି ସେମାନେ

 ମାନବିକତାର ମୂଲ୍ୟବୋଧ

 ମଣିଷ ପଣିଆ

    ତାଙ୍କର ଅଟେ ସମୃଦ୍ଧ

ନୁହଁନ୍ତି ସେମାନେ ଅମଣିଷ

ଏ ଆଧୁନିକ, ସଭ୍ୟ, ଶିକ୍ଷିତ

 ମଣିଷ ମନେ ଭରିଛି ଏବେ

 ସ୍ଵାର୍ଥ, ଅର୍ଥ ଓ ଅବିଶ୍ବାସର ବିଷ

 କିନ୍ତୁ ସେହି ଆଦିମାନବ,

        ଆଦିମ ମାନବ

ଆଜିକା ସମାଜର ତଥାକଥିତ

 ଦଳିତ, ନିିଷ୍ପେସିତ

ନୀଚ୍ଚ ଜାତିର, ନୀଚ୍ଚ ଶ୍ରେଣୀର ମଣିଷ

ଆମ ସଭ୍ୟ ମାନବଙ୍କ ଠାରୁ

 ଅଟନ୍ତି ସେମାନେ ବିଶ୍ଵାସୀ ମଣିଷ

ଆମ ଭଳି ସେ ନୁହଁନ୍ତି୍

ଅବିିିଶ୍ଵାସୀ, କପଟୀ

ହେଲେ ସେମାନେ ଏ ଯୁଗର

   ଏ ସଭ୍ୟତାର ସଚ୍ଚୋଟ,

    ନିଷ୍କପଟ, ହୃଦୟବାନ୍

 ଆମ ଠାରୁ ବହୁଗୁୁୁଣେ ଉନ୍ନତ ମଣିଷ

ଯାହାଙ୍କୁ ଘୃଣା କରୁ

    ଆମେ ଏ ସଭ୍ୟ ମଣିଷ

 ତଥାପି ବଞ୍ଚିଛି

   ତାଙ୍କଠାରେ ମଣିଷ ପଣିଆ ଓ

 ସେମାନେ ଆମ ଠାରୁ ଉନ୍ନତ ମଣିଷ 

ଆମ ଠାରୁ ବହୁ ଉର୍ଦ୍ଧ୍ବରେ

 ଆମ ଭଳି ସେମାନେ ବି

       ଏ ସମାଜର ମଣିଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational