STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ସେଇଠି ନୁହେଁ ଶେଷ

ସେଇଠି ନୁହେଁ ଶେଷ

1 min
190


ବାକ୍ୟର ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼େ ସେଇଠି ନୁହେଁ ସେ ଶେଷ,

ଆଉ ଗୋଟେ ବାକ୍ୟ ଆରମ୍ଭ ହୋଇବ ଲେଖିବାକୁ ଇତିହାସ ।


ଜୀବନ ଖାତାର ପ୍ରଥମ ଓ ଶେଷପୃଷ୍ଠା ଲେଖା ହୋଇଥାଏ,

ପ୍ରଥମ ପୃଷ୍ଠାରେ ଜନମ ଜାତକ ଶେଷରେ ମରଣ ଥାଏ ।


ଖାଲିଥିବା ପୃଷ୍ଠା ପୂରଣ ହୋଇବ ଆମ ନିଜ ହସ୍ତାକ୍ଷରେ,

ନିଜ କଲାକର୍ମ ଭାବନା ବିଚାର ରହିବ ପ୍ରତି ପୃଷ୍ଠାରେ ।


ବଢେଇ ଦରଜି ଶିଖାନ୍ତି ଆମକୁ ମାପିବ ଥରକୁ ଥର,

କାଟିବା ଆଗରୁ କାଠ କି କପଡ଼ା ମାପିନେବା ଦରକାର ।


କହିବା ଆଗରୁ ଶୁଣିବା ଅଧିକ ବୁଝିନେବା ସୁସ୍ଥମନେ,

କହିଦେଲେ ଥରେ ଫେରିବ ନାହିଁ ସେ ପଶିଗଲେ ପରକାନେ ।


ଏବେ ଯାହା ହେଲା-ହେଉଛି ସେ ସବୁ ଦେଇପାରେ କିଛି ଦୁଃଖ,

ସେଥିରୁ ବି ସୁଖଫଳ ଫଳିପାରେ ଏକଥାଟି ଆଶାରଖ ।



Rate this content
Log in

Similar oriya poem from Inspirational