STORYMIRROR

Mr.GAGAN BIHARI NAYAK

Abstract

2  

Mr.GAGAN BIHARI NAYAK

Abstract

ସେଇଠି ମୋ' ଗାଁ 🌈

ସେଇଠି ମୋ' ଗାଁ 🌈

1 min
177

ସୂରୁଜ ଆସିଲେ ଉଇଁ

ହସେ ମୋ' ଗାଁ' ଭୂଇଁ

ସୁନେଲି କିରଣ ଯାଏ

ନଦ ନଦୀ ଛୁଇଁ ଛୁଇଁ

ପାହାଡ ମାରଇ ହାଇ

ହସେ ବଣ ଝରରେ

ତହିଁରେ ମୋ ଘର


ସୁନାରଂଗ ଖରା ତୋରା

ଲାଗେ ସତେ ସୁନାଝରା

ଅଳକା ପୁରୀଟା ସତେ

ଓହ୍ଲେଇ ଆସିଛି ଧରା

ମୋ ଗାଁ ମେଖଳାରେ

ଋତୁରାଜ ହସେରେ

ତହିଁରେ ମୋ' ଘର


ସବୁଜିମା ବନ ଭୂଇଁ

ସପନ ଦେଖନ୍ତି ଶୋଇ

ଲଣ୍ଡା ପାହାଡ ସକାଳୁ

ହସେ ଦାନ୍ତ ନେଫେଡେଇ

କୁମ୍ଭାଟୁଆ ଗୀତ ଗାଇ

ହୁଁ ମାରୁ ଥାଏ ରେ

ତହିଁରେ ମୋ ଘର


ନାଲି ସୂରୁଜ କିରଣ

କରଇ ମନ ହରଣ

ଘାସ ଉପରେ ଶିଶିର

କରଇ ଶୋଭା ବର୍ଦ୍ଧନ

ପୋଖରୀଟା ଶୋଭାପାଏ

କଇଁ ଫୁଲ ହସରେ

ତହିଁରେ ମୋ ଘର


ହସେ ମୋ' ଗାଁ ମାଟି

ଓଠେ ତା' ହସ ଉକୁଟି

ଗାଁ' ଘର ଝାଟି ମାଟି

ଡେଉଁଥାଏ ବାଛୁରୀଟି

କ୍ଷୀର ପାନ କରିବାକୁ

ହମ୍ବାରଡି ଦିଏରେ-

ତହିଁରେ ମୋ ଘର


ଫୁଲେ ଫୁଲେ ପ୍ରଜାପତି

ଉଡିବୁଲେ ଗାଇ ଗୀତି

ସୁଲୁ ସୁଲିଆ ପବନ

ଥରେଇ ଦିଏ ଛାତି

ଗାଁ'ରଙ୍ଗୀ ଭାଉଜ ଟା

ମଜାକଥା କହେରେ

ତହିଁରେ ମୋ ଘର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract