STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ସେଇ ପ୍ରଥମ ଦେଖା

ସେଇ ପ୍ରଥମ ଦେଖା

1 min
2.9K

ଲେଖିବି ଲେଖିବି ତୁମ କଥା ଭାବି 

ଆରମ୍ଭ କେଉଁଠୁ କୁହ 

ପ୍ରଥମ ଦେଖାରେ ମନ ଜିଣି ନେଲ

ତୁମେ ପରା ସେଇ ଝିଅ 


ଆଖି ସାଥେ ଆମ ଆଖି ମିଶିଥିଲା 

ମିଳନ ରହିଲା ଅଧା 

ଭଲ ପାଏ ବୋଲି କହିବି କହିବି 

କିନ୍ତୁ ନଥିଲା ଯେ ତୁମ ଦେଖା 


ଗୋଲାପ ବଣରୁ ଚୋରେଇ ଆଣିଲି 

ସଜ ଗୋଲାପର ପାଖୁଡା 

ଦେବା ପାଇଁ ସେଇ ପ୍ରେମ ର ପ୍ରତିକ 

ହେବା ପାଇଁ ଟିକେ କଥା 


ତୁମ ସନ୍ଧାନରେ ଏବେବି ବୁଲୁଛି 

ଅଦୃଶ୍ୟ ହୋଇଛ ତୁମେ 

ପରଦେଶୀ ମେଘ ବରଷିଲା ପରି 

ତୁମ ଅପେକ୍ଷାରେ ଏବେ ଏବେ 


ସାଧା କାଗଜରେ ତୋ ସ୍ମୃତି ସାଉଁଟେ

ମନ ଆଇନାରେ ପ୍ରତି ଛବି 

ସେଇ ପ୍ରତି ଛବି ଆଙ୍କୁ ଆଙ୍କୁ ଆଜି 

କାଗଜ ଯାଉଛି ଚିରି 


କଲମ ମୁନରେ ଲେଖି କି ପାରିବି 

ପ୍ରିୟାର ପ୍ରଥମ ଦେଖା 

ଏତେ ଆକସ୍ମିକ ନ ଥିଲା ହେଲେ ବି 

ମିଠା ଥିଲା ସେଇ ମୁହୂର୍ତ୍ତ


ଭଲ ପାଏ ମୁଁ ସବୁଠାରୁ ବେଶି 

ଅଭିମାନୀ ମୋ ପ୍ରିୟା କୁ 

ହେଲେ ସେ ମତେ ଚାହିଁଦେଇ

ଚାଲି ଯାଏ ମୋଠୁ ଦୂରକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract