ସେଇ ପିଲା ମଧୁବାବୁ
ସେଇ ପିଲା ମଧୁବାବୁ
ତୁମପରି ଛୋଟ ପିଲା
ଗାଆଁ ଚାହାଳୀରେ ପାଠ ପଢୁଥିଲା
ଘର ତା କଟକ ଜିଲ୍ଲା ।
ଯାଉଥିଲା ପାଠ ପଢି
ପାଣି କାଦୁଅରେ ଖସିଗଲା ଗୋଡ
ପଡିଗଲା ମୁହଁ ମାଡି ।
କଲା ସାଥି ପିଲା ମେଳ
ପକାଇଲା ସବୁ ଖାଲ ଢ଼ିପ ପୋତି
ଖଟାଇ ତାଙ୍କରି ବଳ ।
ବଡ ହେଲା ସେହି ପିଲା
ଓଡ଼ିଶା ମାଟିର ଟେକ ରଖି ସିଏ
ବାରିଷ୍ଟର ବୋଲାଇଲା ।
ବିଲାତରେ ପାଠ ପଢି
ବିଲାତ ଲୋକଙ୍କୁ ଶିଖାଇଲା ବୁଦ୍ଧି
ଦେଇ ତାଙ୍କ କାନ ମୋଡି ।
ସେହି ପିଲା ମଧୁ ବାବୁ
ଉତ୍କଳ ଗୌରବ ନାମେ ପରିଚିତ
ଜାଣିଛନ୍ତି ତାଙ୍କୁ ସବୁ ।
