STORYMIRROR

subrat kumar jena

Romance

2  

subrat kumar jena

Romance

ସେଇ କଥା ପଦେ

ସେଇ କଥା ପଦେ

1 min
135


ସେଇ କଥା ପଦେ

କହିଥିଲ ମୋ କାନେ

ଆଜି ସେଇ କଥା

ରହିଅଛି ମୋ ମନେ ।


ତୁମେ ମୁଁ ଆଉ ମୁଁ ତୁମେ

ବୁଲି ବୁଲି ଯିବା ଦିନେ

ସପନ ଦେଶର ସୀମାକୁ

ହଜିଯିବା ମିଠା ସପନେ ।


ହାତେ ଥିବ ଆମର

ଗୋଟେ କୁଲ୍ଫିର କୋନ

ହସୁଥିବ ତୁମେତ

ଲେଖାଥିବ ସାଇଲେଣ୍ଟ ଜୋନ ।


ହସି ହସି ଗଣୁଥିବ

ତାରାଫୁଲ କେତେ

ରହି ରହି ପଚାରୁଥିବ

ମୁଁ ଭଲ ପାଏ କେତେ ।


ଢାଳି ହୋଇଗଲା କୁଲ୍ଫି

ନେଉ ନେଉ ଆମେ ସେଲ୍ଫି

ମନ ତୁମ ହୋଇଗଲା ଖଟା

ମୋତେ କିନ୍ତୁ ଲାଗୁଥିଲା ମିଠା ।।



Rate this content
Log in

Similar oriya poem from Romance