STORYMIRROR

ଅଶୋକ କୁମାର ମହାନ୍ତ l

Children

3  

ଅଶୋକ କୁମାର ମହାନ୍ତ l

Children

ସେଇ ଝିଅଟି

ସେଇ ଝିଅଟି

1 min
250

ପ୍ରୀତି ପ୍ରିୟତମା ଅବୁଝା ପ୍ରେମିକା

ମନକୁ ତରାଅ ତମେ

ହୃଦୟ ଭିତରେ ବାସ କରି ଥାଅ 

ହେଜ ନାହିଁ ମୋର ମନେ ।


ଚାହାଣୀରେ ଦେଖେ ଅପୂର୍ବ ସପନ 

ମନରେ ବାସନା ନାହିଁ

ଗଣନା କରେ ମୁଁ ଆଉ କେତେ ଦିନ

ଅକୁହା ରହିବା ପାଇଁ ।


ତମ ନିିିରବତା ଭାଙ୍ଗେ ଦୂର୍ବଳତା 

ମନ ହୁଏ ଭଗ୍ନ ଘଟ 

ଶୃଙ୍ଗ ପରି ଲାଗେ ତମର ବାରତା

ଅଧିର ହୁଏ ଏ ଚିତ୍ତ ।


ବିରାଟ ମଧ୍ୟରେ କ୍ଷୁଦ୍ରତା ଯେସନ 

ଦେଇ ଥାଅ ତମ ଥାନ

ବିପଥୁ ମୁଁ ଆଜି କହୁଛି ତମକୁ

ଏ ରାସ୍ତା କେତେ ଦିନ ।


ଜନମର ଅନ୍ୟ ନାମ ପୁଣିି ମୃତ୍ୟୁ 

ଲଜ୍ଜା ହେଜର ଭାବ

ଭୟ କ୍ରୋଧ ତ ଦୂରିଭୂତ କଲେ

ଅଟକି ଯାଏ ସେ ପାଦ ।


ପାଦ ଠାରୁ ପାଦ ଦୂରତାକୁ ଦେଖି

ପ୍ରକାଶି ପାରେନା ଆଜି

କେଉଁ ଜନମର ପୂଣ୍ୟ କର୍ମ ଏ ତ

ତମ ଭବ ବନ୍ଧା ରାଜି ।


ମୁକ୍ତ କରନି ସୂକ୍ଷ୍ମ ବନ୍ଧନ  

ସୁପ୍ତ ହେବ ଜୀବନ  

ମୁକ୍ତିର ପଥେ ଦେଖାଅ ଅଗ୍ରତେ

କାନ୍ଦାର ଉପବନ  ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children