STORYMIRROR

Bauribandhu Lenka

Abstract

2  

Bauribandhu Lenka

Abstract

ସେହି ମୋର ଦେଶ ଭାରତବର୍ଷ

ସେହି ମୋର ଦେଶ ଭାରତବର୍ଷ

1 min
445

ଗଙ୍ଗା ଯେ ଦେଶେ ବହେ

ଯମୁନା ଯେ ଦେଶେ ବହେ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ

ଐତିହ୍ୟ ଯା'ର ମହାନ

ସଂସ୍କୃତି ଯା ସନାତନ 

ଯେଉଁ ମାଟିପରେ ମାନବ ରୂପରେ

ଦେବତା ବି ଜନ୍ମ ନିଏ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ

ଫଗୁଣ ରଙ୍ଗ ବରଷେ

ଖେଳନ୍ତି ସର୍ବେ ହରଷେ

ନାହିଁ ଯହିଁ ଜାତି ଧର୍ମ ଭେଦ ଭାବ

ଭାଇଚାରା ଯା'ର କହେ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ

ଅଙ୍ଗେ ବୋଳିଦେଲେ ଧୂଳି

ଲାଗଇ ଚନ୍ଦନ ଭଳି

ଯା ନଦୀର ପାଣି ଅମୃତ ମଣି

କୋଟୀ ନର ନାରୀ ପିଏ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ

ଖଣି ସମ୍ପଦରେ ଭରା

କଳା କୀର୍ତ୍ତି ଅପାଶୋରା

ଯା'ର କୋଣାରକ ଅଜନ୍ତା ଏଲୋରା

କୀର୍ତ୍ତିରାଜି କଥା କହେ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ

ଯେ ଦେଶ ବୀର ସୈନିକ

ସଦା ଜାଗ୍ରତ ନିର୍ଭୀକ

ସୀମା ସୁରକ୍ଷାରେ ଶତ୍ରୁକୁ ବିନାଶି

ଠିକଣା ଜବାବ ଦିଏ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ

ଯେ ଦେଶେ ବୀରା ଲଳନା

ଲକ୍ଷ୍ମୀବାଇ ବୀରାଙ୍ଗନା

ଦେଶ ମାତୃକାର ସ୍ୱାଧୀନତା ପାଇଁ

ହସି ହସି ପ୍ରାଣ ଦିଏ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ

ଯେ ଦେଶ ବିଜ୍ଞାନ ବଳେ

ମହାକାଶେ ଆଜି ଖେଳେ

ଚନ୍ଦ୍ରପୄଷ୍ଠେ ନୂଆ ଗବେଷଣା ପାଇଁ

ଚାନ୍ଦ୍ରାୟଣ ଯାନ ଯାଏ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ

ଯେ ଦେଶର ଅର୍ଥନୀତି

ବିଶ୍ୱ ଗାଏ ଯା ପ୍ରଶସ୍ତି

ଅଣୁ ପରମାଣୁ ଶକତିକୁ ଦେଖି

ଶତ୍ରୁ ଚମକି ଚାହେଁ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ

ମୋର କେଉଁ ପୁଣ୍ୟ ବଳେ

ଜନମିଛି ତାର କୋଳେ

ତା'ର ଜୟଗୀତି ଗାଉଥିବି ନିତି

ଜୀବନ ମୋ ଥିବା ଯାଏ

ସେହି ମୋର ଦେଶ ଭାରତବର୍ଷ ମୁଁ

ତା ଅମର ଗାଥା ଗାଏ



Rate this content
Log in

Similar oriya poem from Abstract