STORYMIRROR

ବି. ନିରୁପମା

Inspirational

3  

ବି. ନିରୁପମା

Inspirational

ସେହି ଏକା ସୁମଣିଷ

ସେହି ଏକା ସୁମଣିଷ

1 min
233


ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସିନ୍ଧୁ 

ସଭିଙ୍କୁ ଏ କଥା ଜଣା ,

ସେହିଭଳି ଛୋଟ ଛୋଟ ଭଲ କାମ

ମହତେ କରିବ ଗଣା ।


ନିତିଦିନ ଆମ ଜାଣ-ଅଜାଣତେ

ଆଖ ପାଖେ ଘଟେ ଯାହା ,

ସଚେତନ ଟିକେ ହୋଇଲେ ପାରିବା

ଅପରକୁ ହୋଇ ସାହା ।


ମଣିଷ ଜନମ ଦେଇକି ବିଧାତା

କରିଛନ୍ତି ଯେଉଁ ଦୟା ,

ପ୍ରତିଦାନେ କିଛି ସୁକାର୍ଯ୍ୟ କରିଲେ 

ପବିତ୍ର ହୋଇବ କାୟା ।


ନିଜ ସୁଖ ଲାଗି ଅପରକୁ ଦୁଃଖ 

ଦେବାନାହିଁ କଦାଚିତ ,

ଅନ୍ୟାୟ ,ଅସତ୍ୟ ପଥେ ଚଳି ଜମା

ବଢ଼ାଇବା ନାହିଁ ବିତ୍ତ ।


ଆଜି କାଲି କେତେ ବିପରୀତ କଥା

ଘଟୁଛି ବି ସମାଜରେ ,

ସଜାଗ ରହିକି ସାହାଯ୍ୟ କରିଲେ 

ଠିକିବାନି ସହଜରେ ।


ଜୀବନ ଯୁଦ୍ଧରେ ଆସିବ ନିଶ୍ଚୟ

ବହୁ ଘାତ ପ୍ରତିଘାତ ,

ସେଥିପାଇଁ କେବେ ବିବ୍ରତ ନ ହୋଇ

ସୁଦୃଢ଼ କରିବା ଚିତ୍ତ ।


ବ୍ରହ୍ମାଣ୍ଡ କରତା ବରଦ ମୁଦ୍ରାରେ

ଢାଳିଦେବେ ଶୁଭାଶିଷ ,

ଆନ ହିତ ଲାଗି ବିତେ ଯା' ଜୀବନ

ସେହି ଏକା ସୁମଣିଷ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational