STORYMIRROR

Manasmita Parida

Abstract

2  

Manasmita Parida

Abstract

ସେହି ଚିହ୍ନା ଗାଁ

ସେହି ଚିହ୍ନା ଗାଁ

1 min
287

ସେହି ଚିହ୍ନା ଗାଁ ଗଳି

ଅଚିହ୍ନା ଆଜି

ଏବେ ଗାଁ କୁ ଯାଏ ମୁଁ

ଅତିଥି ସାଜି

ସେଇ ପୁରୁଣା ମୁହଁ ହେଇ ଯାଏ ନୂଆ

ସବୁ ଆସି ପଚାରନ୍ତି

ତମ ଘରକୁ କିଏ ଆସିଛିକି ନୂଆ କୁଣିଆ

ନୂଆ ସଦସ୍ୟ ସଭେଁ ପାଖେ ଘେରି ବସନ୍ତି 

ମୁହଁକୁ କଲବଲ କରି ଚାହିଁରୁହନ୍ତି

ବୁଢା ବୁଢ଼ୀ ଲୋକ ଡାକପକାନ୍ତି

ଦେଖିଦେଲା ପରେ ବହୁ ପ୍ରଶ୍ନ କରନ୍ତି

ଆଲୋ ମା.. ମୋର କୋଉଠି ଥିଲୁ

ଏତେ ଦିନ ହେବ କାଇଁ ଆସିନଥିଲୁ

ଏତେ ପୁନେଇ ପରବ ଗଲା

ଗାଁକୁ ଆସିବାକୁ ତୋର ମନ ନ ହେଲା

ସବୁ କହିସାରି ଶେଷେ କହନ୍ତି

ବିଦେଶେ ରହିଲୁ ଶିକ୍ଷିତ ହବୁ

ଗାଁ କଥା କେବେ ଭୁଲି ନ ଯିବୁ

ଅନ୍ତରର କୋହ ମୋର ବଢି ଚାଲିଲା

ଆଖିରେ ଆଖିଏ ଲୁହ ଭରିଲା

ପୁରୁଣା ସ୍ମୃତି ସବୁ ପଡିଲା ମନେ

ପୁରୁଣା ଡାକ ସବୁ ଶୁଭିଲା କାନେ

ବାଧ୍ୟ ଆଜି ମୁଁ ଗାଁ ଛାଡିବା ପାଇଁ

କିନ୍ତୁ ଯେତେ ବଡ ହେଲେ

ମୋ ଗାଁ କଥା କେବେ ଭୁଲିବି ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract