STORYMIRROR

Ramakanta Behera

Tragedy

3  

Ramakanta Behera

Tragedy

ସେହି ବର୍ଷା

ସେହି ବର୍ଷା

1 min
428

ବର୍ଷା ଭିଜା ଆଜି ଏହି ପ୍ରେମିକଟା

     ତାର ଭାରି କଷ୍ଟ ହୁଏ ହୃଦୟଟା ,

ସେ ଦୌଡ଼ି ଦୌଡ଼ି ଯେତେ ଗଲା 

      ବର୍ଷା ତାକୁ ସେଠି ଛନ୍ଦି ଦେଲା    ||


ମୋ ପ୍ରିୟା ତାର ଚାଲି ଯାଉଥିଲା 

        ଦେହ ସାରା ତାତି ଉଠୁଥିଲା,

ଫୁଲେଇ ନଖରୀ ବୋଲି ତୋ ପ୍ରିୟାଟା 

       ବର୍ଷା ଛିଟା ମୋତେ କହୁଥିଲା  ||


ବିଜୁଳି ସାଙ୍ଗକୁ ଘଡଘଡି ଶବ୍ଦ 

       କାହିଁ ରୋକୁଥିଲା ମୋର ବାଟ 

କୋହଲା ପବନ ଦେହରେ ବାଜି ବି  

        ମୋର ତାତି ଉଠୁଥିଲା ରକ୍ତ  ||


ଧରିଥିଲି ହାତ ତାକୁ ମୁଁ ଦେଖିତ 

        ଡରରେ ଡରରେ କେତେ 

ଚାହିଁଦେଲି ଯେବେ ମୁଁ ତାର ମୁଁହକୁ 

            ମଧୁ ଝରୁଥିଲା ସତେ   ||


ପଛକୁ ବୁଲିଲା ଅଚିହ୍ନା ପରିସେ 

       ମୁଁ ଅବାକ ହୋଇକା ଚାହିଁଲି 

ଦେଖି ତା ମୁଁହକୁ ଚୁପ ରହିବାକୁ 

        ମୁଁ ମନେ ମନେ ବାଧ୍ୟ ହୋଇଲି ||


ଉଷ୍ଣ ଲୋତକରେ ଆଖି ପରିପୂର୍ଣ୍ଣ 

        ସିଏ ଚାଲିଗଲା ବୋଲି ଦୂରେ 

ତଥାପି କାହିଁକି ହୃଦୟ ଏ ମୋର

           ଆଜିବି ତା ପାଇଁ ଝୁରେ  ||


Rate this content
Log in

Similar oriya poem from Tragedy