STORYMIRROR

Tankadhar Majhi

Romance

3  

Tankadhar Majhi

Romance

ସେଦିନ ତୁମେ ଆସିଥିଲ

ସେଦିନ ତୁମେ ଆସିଥିଲ

1 min
223

ସେଦିନ ତୁମେ ଆସିଥିଲ...

ଚନ୍ଦ୍ର କାଳିମାର ଝାପ୍ସା ଆଲୁଅରେ

ଅଧ ରାତିରେ ଅଧା ସପନ ହୋଇ

ଛୁଇଁବାକୁ ଅଣ୍ଡାଳି ହେଉ ହେଉ

ଫଶିଗଲି ତୁମେ ବୁଣିଥିବା ସ୍ବପ୍ନ ଜାଲରେ ।। 


ତୁମେ ଆସିଥିଲ ଏକା...

ସୁସଜ୍ଜିତ ଉର୍ବଶୀ ନୃତ୍ୟାଙ୍ଗିନି ବେଶ ଧରି 

ଛନ୍ଦ-ତାଳ-ଲୟରେ ସ୍ବପ୍ନକୁ ବିଲୟ କଲ 

ସାରାରାତି ଅନିଦ୍ରା ରହି ଖୋଜିଛି ତୁମକୁ 

ହେଲେ ଛାଇ ପରି ଲୁଚକାଳି ଖେଲିଗଲ ।।


ସେଦିନ ତୁମେ ଆସିଥିଲ...

ବାଦଲ ଚିରି ମୋ ପୃଥିବୀକୁ ବର୍ଷାରାଣୀ ହୋଇ 

ହେଲେ ଫେରିଗଲ ନଦୀ ବାଟେ ସମୁଦ୍ର କୂଳକୁ 

ଫେରାଇ ଆଣିବାକୁ ଶକତି ପାଇଲିନି 

ତମେ ଚାହିଁଥିଲେ ବି ଫେରି ଆସିପାରି ନ ଥାନ୍ତ

ଆସିବାର ମୂଲ୍ୟ ବୁଝିବା ଆଗରୁ ଚାଲିଗଲ 

ପ୍ରଶ୍ନବାଚୀ ହୋଇ ରହିଗଲା ଅଚିହ୍ନା ମୁହଁଟିଏ...???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance