Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Romance

5.0  

Jayashree Maharana

Romance

ସେଦିନ ସଞ୍ଜରେ

ସେଦିନ ସଞ୍ଜରେ

1 min
111


ସେଦିନ ସଞ୍ଜରେ ଫୁଲ ବଗିଚାରେ

   ଝିଅଟିଏ ଦେଖିଥିଲି

ଷୋଡଶୀ ରୂପସୀ ସେଇ ଘନକେଶୀ

  ହସୁଥିଲା ଖିଲିଖିଲି ।


ସାଙ୍ଗ ଗହଣରେ ମୁଗ୍ଧ ନୟନରେ

  ଫୁଲଟିକୁ ଛୁଇଁଦେଇ

ମିଠା ମହକରେ ଆନମନା ହୋଇ

  ନାଚୁଥିଲା ଖୁସିହୋଇ ।


ତାକୁ ଦେଖିଦେଇ କିଛି ଦୂରେ ରହି

  ହୃଦୟରେ ଶିହରଣ

ଫୁଲପରି ହାଏ ସେ ତରୁଣୀଟିଏ

   ଚୋରିକଲା ମୋର ମନ ।


ଗୋଲାପ ଗଛର କଣ୍ଟାରେ ତାହାରି

  ଓଢଣୀଟି ଗଲା ଲାଖି

ଲାଜକୁଳୀ ଲତା ଲାଜେ ନଇଁଗଲା

  ମୋତେ ତା'ର ପାଶେ ଦେଖି ।


କଣ୍ଟାକୁ ଦୂରେଇ ଓଢଣୀଟି ଦେଇ

   ପଚାରିଲି ନାମ ତା'ର

ଲିଜା ବୋଲି କହି ଟିକେ ହସିଦେଇ

   ମାରିଦେଲି ପ୍ରେମସର ।


ଭୁଲି ହେଉ ନାହିଁ ଆଜିଯାଏଁ କାହିଁ

   ତା'ର ମୁଖ ଚନ୍ଦ୍ରମାକୁ

ଖୋଜୁଛି ମୁଁ ନିତି ହୃଦୟେ ସାଇତି

   ପ୍ରୀତି ରଙ୍ଗ ଭରିବାକୁ ।


ପ୍ରଥମ ସେ ପ୍ରେମ କିଏ ଦେଲା ନାମ

   ମିଠା ସେଇ ଅନୁଭବ

ଫୁଲ ପାଶେ ଯାଇ କାନେ ଦିଏ କହି

   ଠିକଣାଟା ତା'ର ଦେବ ।


Rate this content
Log in

Similar oriya poem from Romance