STORYMIRROR

Geetanjali Prusty

Abstract Fantasy

4  

Geetanjali Prusty

Abstract Fantasy

ସେଦିନ ସଞ୍ଜରେ

ସେଦିନ ସଞ୍ଜରେ

1 min
257


ସେଦିନ ସଞ୍ଜରେ ନଈ ଆରପାରେ

ଅସ୍ତାଚଳେ ରବି ଚାହିଁ

କହିଥିଲ ତୁମେ ସଂପ୍ରୀତି ସୋହାଗେ

ପ୍ରତିଶ୍ରୁତିଟିଏ ଦେଇ ll


ତୁମ ଆବେଗରେ ମଧୁର ପ୍ରେମରେ

ବୁଢିଆଣୀ ଜାଲ ସମ

ଛନ୍ଦିଦେଇ ଥିଲ ଛବିଳ କୁଞ୍ଜରେ

ଦେଇ ଚିତ୍ରଲେଖା ନାମ ll


ପ୍ରୀତି ପାରାବାରେ ସୁନୀଳ ସ୍ରୋତରେ

ଟଳ ମଳ ନୌକା ସମ

ନୟନ ଯୁଗଳେ ଉଜାଣି ଯମୁନା

କରୁଥିଲା ମତି ଭ୍ରମ ll


ଶୟନେ ସ୍ୱପନେ ତୁମ ଛବି ଆଙ୍କି

ଲୁହରେ ଲେଖୁଛି ଚିଠି

ଖୋଜୁଛି ତୁମକୁ ଆକୁଳ ଅନ୍ତରେ 

ବିଦଗ୍ଧ ନାୟିକା ସାଜି ll


ସେଇ ଦିନୁ ଆଉ ପାଇନି ତୁମକୁ

ତୁମ ରୂପ ଦରଶନ

ଚତୁର୍ପାର୍ଶ୍ୱେ ଖାଲି ଅନୁଭବିଛି ମୁଁ 

ଦିବ୍ୟ ତୁମ ସମ୍ମୋହନ ll


କୁହ ବନ୍ଧୁ ତୁମେ କିପାଇଁ ରହିଛ

ଦୂରେ ବହୁ ଦୂରେ ସାଥୀ

ତୁମରି ସ୍ମୃତିର ସତେଜ ସୁଗନ୍ଧ

ବାଣ୍ଟୁଛି ଅଭୁଲା ପ୍ରୀତି ll


ନିଦ ଭରା ମୋର ନୟନ ଯୁଗଳେ

ଦେଲ ତୁମେ ସ୍ବପ୍ନ ଭରି

ସେ ସ୍ବପ୍ନ ଚିନ୍ତନେ ନିତି ପ୍ରତିକ୍ଷଣେ

ତୁମକୁ ମୁଁ ହୁଏ ଝୁରି ll


ଫେରିଆସ ବନ୍ଧୁ ମୋ ପ୍ରୀତି ବନ୍ଧନେ

ଫଗୁଣର ଫଗୁ ନେଇ

ଅଲଭ୍ୟ ଆଶାର କୋଣାରକ ଗଢ଼ି

ମିଳନ ସଙ୍ଗୀତ ଗାଇ ll



Rate this content
Log in

Similar oriya poem from Abstract