STORYMIRROR

Sambit Srikumar

Classics Inspirational Children

4  

Sambit Srikumar

Classics Inspirational Children

ସେଦିନ ଓ ଆଜି

ସେଦିନ ଓ ଆଜି

1 min
250


ଆମ ପିଲାଦିନ କେତେ ସୁଖଦ ନଥିଲା ସତେ! 

ପରୀ ରାଇଜର କାହାଣୀ ଶୁଣି ଶୁଣି ଦିନରାତି ବିତେ

ବଡ଼ ସାନ ପର ଆପଣାର ନଥିଲା ତିଳେ ପ୍ରଭେଦ

କି ନଥିଲା ବଡ଼ ହେବାର ଅମୁହାଁ ଦୌଡ଼ କୁଦ

ନ ଥିଲା ମନରେ ଛନ୍ଦ କପଟ ବା ମିଥ୍ୟାଚାରର ଭାବ

ଭରିରହିଥିଲା ସବୁରି ଲାଗି ଆଦର ସଦ୍ଭାବ

ସେ ଦିନଗୁଡ଼ିକରେ ମିଳୁଥିଲା ସଭିଙ୍କ ସ୍ନେହ ଶ୍ରଦ୍ଧା

ନଥିଲା ଦୁନିଆର ଆଇନ ବେଡ଼ି ନା ଥିଲା କିଛି ବାଧା

ଥିଲା କେବଳ ଆନନ୍ଦ ହିଁ ଆନନ୍ଦ ନିରୁତା ସାନନ୍ଦ

ଗୁରୁଜନଙ୍କର ମିଳୁଥିଲା ସଦା ଶୁଭ ଆଶୀର୍ବାଦ।


ଯେବେ ପଡିଲା କାନ୍ଧରେ ବହି ବସ୍ତାନିର ବୋଝ

ମନରୁ ଆପେ ହଜିଗଲା ସବୁ ସୁଖ ଓ ସରାଗ

ଘର ଅଗଣା ଡେଇଁ ମୁଁ ବାହାରେ ରଖିଲି ପାଦ

ଖାଲ ଢିପ କଣ୍ଟା ଝୁଣ୍ଟି ପାଇଲି ଲହୁର ସ୍ବାଦ 

ସମୟ ସୁଅରେ ବଦଳାଇ ଗତିପଥ ମୋର

ବୋହୁଛି ମୁଁ ଜୀବନର ଦୁର୍ବିସହ ଗୁରୁଭାର 

ଦ୍ୟୁତ ସ୍ପର୍ଦ୍ଧାରେ ତିଷ୍ଠିବା ଲାଗି ଅହରହ ଯୁଦ୍ଧରତ

ବାରବାର ଲଭି ମଧ୍ୟ ନିୟତିର ନିଷ୍ଠୁର ସଂଘାତ

ପୁ୍ନଶ୍ଚ ଉଠଇ ମୁହିଁ ଗଭୀର ଆତ୍ମ ପ୍ରତ୍ୟୟ ସହିତ

ଦୁର୍ବାର ଅଦୃଶ୍ୟ ଭବିଷ୍ୟ ସହ ହେବାକୁ ସାକ୍ଷାତ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics